Uncategorized

ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା ଦାବି କଲା ଜେଏନୟୁ ଛାତ୍ର ସଂସଦ

(ମହାଭାରତ ): ଜେଏନୟୁ କ୍ୟାମ୍ପସରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ ପଛରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଏବିଭିପିର ଗୁଣ୍ଡାଙ୍କ ସହାୟତାରେ କୁଳପତି କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଅନେକ ମତ ଦେଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ସୋମବାର ଜେଏନୟୁ ଛାତ୍ର ସଂସଦ ପକ୍ଷରୁ କୁଳପତି ଜଗଦେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି । କୁଳପତି ଜଗଦେଶ କୁମାର ହିଁ ବିଶ୍ୱବିଦ୍ୟାଳୟରେ ହିଂସା ସୃଷ୍ଟି କରିଛନ୍ତି । ସେ ଗୁଣ୍ଡା ଲଗାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରାଇଛନ୍ତି । ଜଣେ ଦଙ୍ଗାକାରୀଙ୍କ ଭଳି ସେ ବ୍ୟବାହାର କରିଛନ୍ତି । ତେଣୁ ସେ ଇସ୍ତଫା ଦେବା ଦରକାର ବୋଲି ଜେଏନୟୁ ଛାତ୍ର ସଂସଦ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

Related posts

ସାବଧାନ, ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ଲଗୁଚାପ !

mahabharatanews

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘର ଛାତ ଉପରୁ ଠେଲି ହତ୍ୟା

mahabharatanews

କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୮ ମୃତ

mahabharatanews