Uncategorized

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

ନୂଆଦିଲ୍ଲୀ: ଆସାମରେ ଥିବା ବନ୍ଦୀ ଗୃହରେ ଗତ ୩ ବର୍ଷ ମଧ୍ୟରେ ୨୬ ଜଣ ବନ୍ଦୀଙ୍କ ମୃତ୍ୟୁ ହୋଇଥିôବା ଆଜି କେନ୍ଦ୍ର ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସୂଚନା ଦେଇଛନ୍ତି । ଏହି ବନ୍ଦୀମାନଙ୍କର ମୃତ୍ୟୁ ରୋଗ କାରଣରୁ ହୋଇଥିବା ରାଏ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି । ଆସାମ ବନ୍ଦୀ ଗୃହରେ କେତେ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ରାୟ ଗୃହକୁ ଜଣାଇଥିଲେ କି, ଆସାମ ସରକାର ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୨୦ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଆସାମ ବନ୍ଦୀ ଗୃହରେ ୭୯୯ ଜଣ ବନ୍ଦୀ ଥିଲେ । ସେମାନଙ୍କ ମଧ୍ୟରୁ ୯୫ ଜଣ ତିନି ବର୍ଷ ବା ତଦୁଦ୍ଧ୍ୱର୍ ସମୟ ଧରି ରହି ଆସୁଛନ୍ତି । ବିଗତ ୩ ବର୍ଷ ମଧ୍ୟରେ ବନ୍ଦୀଙ୍କ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ହୋଇଛି । ସେଥିରେ ୨୦୧୭ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୯, ୨୦୧୯ରେ ୧୦ ଜଣ, ଓ ୨୦୨୦ରେ ଅଦ୍ୟାବଧି ଜଣଙ୍କର ମୃତ୍ୟୁ ହୋଇଛି ।

Related posts

କରୋନା ଛୁଟିରେ ପିଲାଙ୍କୁ ଶିଖାନ୍ତୁ କିଛି ନୂଆ କଥା

mahabharatanews

ଅବନ୍ତୀପୁରାରେ ଏନକାଉଣ୍ଟର: ୩ ଆତଙ୍କୀ ନିହତ

mahabharatanews

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews