ଓଡିଶା

ଜେଟିରୁ ମତ୍ସଜୀବିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

(ମହାଭାରତ, ପାରାଦୀପ): ପାରାଦୀପ ମାଛଧରା ବନ୍ଦରର ୧ ନମ୍ବର ଜେଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ପେଶାରେ ଜଣେ ମତ୍ସଜୀବି ହୋଇଥିବା ବେଳେ ଏଠାରେ ଜଣକ ବୋଟରେ ରହି ସେ କାମ କରୁଥିଲେ । ମୃତକ ଜଣକ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଉପେନ୍ଦ୍ର ପରିଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ସେ ନିଖୋଜ ରହିଥିଲେ । ଗତ ସୋମବାର ତାଙ୍କ ମୃତଦେହ ୧ ନମ୍ବର ଜେଟିରେ ଭାସୁଥିବା କିଛି ମତ୍ସଜୀବି ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନଭିନ କରୁଛି । ଉକ୍ତ ମତ୍ସଜୀବିଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ପାରାଦୀପ ମେରାଇନ ଥାନାରେ ଏତଲା ଦେଇଛନ୍ତି ।

Related posts

ମାଆଙ୍କର ଅପୂର୍ବ ଲୀଳା ଦେଖିବାକୁ ଏକାଠି ଶହ ଶହ ଭକ୍ତ ।

mahabharatanews

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ସଂକ୍ରମଣ ରୋକିବାକୁ ତାସ ପାଲି ନ ପକାଇବା କହିଲେ ବାଗଚୀ

mahabharatanews