Uncategorized

ପୂର୍ବତନ ସ୍ଥଳସେନା କମାଣ୍ଡର ହୁନଙ୍କ ବିୟୋଗରେ ମୋଦିଙ୍କ ଶୋକ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପୂର୍ବତନ ପଶ୍ଚିମାଞ୍ଚଳ ସ୍ଥଳସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ପ୍ରେମ ନାଥ ହୁନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ତାଙ୍କ କାର୍ଯ୍ୟକାଳ ସମୟରେ ଅତ୍ୟନ୍ତ ନିଷ୍ଠ।।ର ସହ ଦେଶ ମାତୃକାର ସେବା କରିଥିଲେ ।

ମୋଦି ଆହୁରି କହିଛନ୍ତି, ଲେପ୍ଟନାଣ୍ଟଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଘଟଣା । ସେ ଦେଶ ମାତୃକାର ସେବା ଅତି ସମର୍ପଣ ଭାବେ କରିଥିଲେ ଓ ତାଙ୍କ ଅତୁଳନୀୟ ଅବଦାନ ପାଇଁ ଦେଶ ଆହୁରି ଶକ୍ତିଶାଳୀ ଓ ସୁରକ୍ଷିତ ହୋଇପାରିଥିଲା । ଏହି ଅବସରରେ ମୋଦି ଲେପ୍ଟନାଣ୍ଟଙ୍କ ପରିବାରକୁ ସମବେଦନା ଜଣାଇ ଟୁଇଟ କରିଛନ୍ତି ।

୧୯୮୪ ମସିହାରେ ପାକିସ୍ତାନ ବିପକ୍ଷରେ ହୋଇଥିବା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲ।।ଇଥିବା ଲେପ୍ଟନାଣ୍ଟ ଜେନେରାଲ ହୁନ ସୋମବାର ସଂଧ୍ୟାରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ପଞ୍ଚକୁଲା ଚଣ୍ଡିମନ୍ଦିର ସ୍ଥିତ କମାଣ୍ଡ ହସ୍ପିଟାଲରେ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଗତକାଲି ସଂଧ୍ୟାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୁନ ୧୯୨୯, ଅକ୍ଟୋବର ୪ ତାରିଖରେ ଅବିଭକ୍ତ ଭାରତରେ ଜନ୍ମଗ୍ରହଣ କରିଥିଲେ । ସେ ସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେନରେ ଭୂମିକା ତୁଲାଇଥିଲେ ।

Related posts

ଶିଖ ଦଙ୍ଗା ମାମଲା: ଯାଞ୍ଚ ଦଳର ସୁପାରିଶ ଗୃହିତ

mahabharatanews

ପୁଲିସ ଗୁଳିରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲର ମୃତ୍ୟୁ

mahabharatanews

ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିବ ଖାକିନ ଆବାସୀ କରୋନା ପଜିଟିଭ ଚିହ୍ନଟ

mahabharatanews