ଓଡିଶା

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁରର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତା ବହନ କରୁଥିବା ଉତ୍ସବ ‘ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦’ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ କରମା, ଘୁବ, କୁଡୁ, ଶବର ଶବରେନ ଆଦି ଲୋକନୃତ୍ୟ ପ୍ରଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ସଂସ୍କୃତି ଅଧିକାରୀ ଆର୍ତତ୍ରାଣ ଥାଟି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହରିଚରଣ ମିଶ୍ର, କ୍ରୀଡା ଅଧିକାରୀ ଶରତ ନନ୍ଦ ଓ ଜିଲ୍ଲାର ବହୁ ସମାଜସେବୀ ଯୋଗ ଦେଇଥିଲେ ।

Related posts

ବସ୍ ଦୁର୍ଘଟଣା: ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

mahabharatanews

ସ୍କ୍ରବ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୩୬୧କୁ ବୃଦ୍ଧି 

mahabharatanews

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ 

mahabharatanews