ଓଡିଶା

ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ରାଉରକେଲା): ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ସନ୍ଧ୍ୟାରେ ଟିଉସନ ପାଇଁ ପମ୍ପ ହାଉସ ନିକଟକୁ ଯାଇଥିଲେ । ମାତ୍ର ରାତିରେ ଘରକୁ ଫେରି ନଥିଲେ । ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ତା’ ପରଦିନ ଅର୍ଥାତ ରବିବାର ନାବାଳିକାଟି କୋଏଲ ନଦୀ ନିକଟରେ ବସି କାନ୍ଦୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସଦସ୍ୟ ଦେଖିବାକୁ ପାଇଥିଲେ । ସେମାନେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ଝିରିପାଣି ଥାନାରେ ଏତଲା ଦେଇଛନ୍ତି । ଝିଅଟିର ଡାକ୍ତରୀମାଇନା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Related posts

 ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ୫-ଟି ସଚିବ 

mahabharatanews

ବାତ୍ୟା ଅପଡେଟ: ଦୁର୍ବଳ ହେଉଛି ଅସାନି, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ କରୁଛି ଗତି

mahabharatanews

ଅସମ୍ଭାଳ ହୀରାକୁଦ ପାଣି : ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ 

mahabharatanews