Uncategorized

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନୀଳାଚଳ ଷ୍ଟିଲ ପ୍ଲାଣ୍ଟରୁ ପ୍ରତ୍ୟାହାର ହେବ ପୁଞ୍ଜି

(ନୂଆଦିଲ୍ଲୀ): ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିଛି ମୋହର । ନୀଳାଚଳ ଇସ୍ପାତ ପ୍ଲାଣ୍ଟରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବୈଠକରେ ମୁଖ୍ୟତଃ ମାଇନ୍ସ ଆଉ କୋଇଲା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଆଜିର କ୍ୟାବିନେଟ ବୈଠକରେ ମୁଖ୍ୟତଃ ପୂର୍ବତର ରାଜ୍ୟମାନଙ୍କର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ପୂର୍ବତର ୮ରାଜ୍ୟରେ ଗ୍ୟାସ ଗ୍ରିଡ ସ୍ଥାପନ କରିବା ସହ ଭାରତୀୟ ରେଳର ଇନ୍ଧନ ପାଇଁ ଇଂଲଣ୍ଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଜଣାପଡିଛି । ଏହା ସହ ଦେଶର ପ୍ରଥମ ଆୟୁର୍ବେଦିକ ରାଷ୍ଟ୍ର ମହତ୍ୱ ସଂସ୍ଥା ଗୁଜରାଟରେ ପ୍ରତିଷ୍ଠା ହେବ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଆଇଏନଏଲ,ଏମଏମଟିସି,ବିଏଚଈଏଲ,ଏନଏମଡିସି ସମେତ ୬ ପିଏସୟୁ ଅଂଶଧନ ବିକ୍ରୀ ହେବ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଅର୍ଥାତ ମାର୍ଚ୍ଚ ୨୦୨୦ରେ କୋଇଲା ଖଣି ନିଲାମୀ ହେବା ସହ କୋଇଲା ସେକ୍ଟର ପାଇଁ ଖଣିଜଦ୍ରବ୍ୟ ଆଇନ ୨୦୨୦ ପ୍ରଣୟନ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Related posts

ସ୍ୱାଧୀନତା ଦିବସରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ଆସାମ ବନ୍ୟାରେ ୨୪ ଜିଲ୍ଲା ପ୍ରଭାବିତ, ୧୧୦ ମୃତ୍ୟୁ

mahabharatanews

ଭେନେଜୁଏଲା ଛାପିବ ବିଶ୍ୱର ସବୁଠୁ ବଡ ମୂଲ୍ୟ ବର୍ଗର ନୋଟ 

mahabharatanews