ଅପରାଧ

ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ

(ମହାଭାରତ, ବାଙ୍ଗୀ): କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବୈଦେଶ୍ୱର ଥାନା ଅଧିନ ପଣ୍ଡାମାଳ ଗାଁରେ ଏକ ଘର ଉପରେ ଗତ ବୁଧବାର ରାତିରେ କିଛି ଦୁର୍ବୃତ୍ତ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ବୋମାମାଡ ହୋଇଥିବା ଘରର କାନ୍ଥଟି ବିସ୍ଫୋରଣରେ ଭାଙ୍ଗି ଯାଇଛି । ବୋମାମାଡ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ତେବେ ସେମାନଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ସୁନା ପାଇଁ ଘରମାଲିକଙ୍କୁ ହତ୍ୟା କଲା ଭଡାଟିଆ

mahabharatanews

କଚ୍ଚ ଉପକୂଳରୁ ୩୬ ଲକ୍ଷ ଟଙ୍କାର ଚରସ ଜବତ

mahabharatanews

ଗଞ୍ଜେଇ ସହ କାର ଜବତ: ୨ଗିରଫ

mahabharatanews