ଓଡିଶା

ଏକ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ, ୧ ଗିରଫ

(ମହାଭାରତ, ବାସୁଦେବପୁର): ଭଦ୍ରକ ଜିଲ୍ଲା ବାସୁଦେବପର ଥାନା ଅଢୁଆଁ ଛକ ନିକଟରୁ ପୋଲିସ ୧ କିଲୋରୁ ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଜଣେ ପେଶାଦାର ଗଞ୍ଜେଇ ବେପାରୀ ଓ ସେଠାରେ ମାଲ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବେପାରୀ ଜଣକ ଗଞ୍ଜେଇ ଧରି ବିକ୍ରୀ କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଏହି ସମୟରେ ତା ନିକଟରୁ ୧ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ ହୋଇଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

ଡେଙ୍ଗୁ ଆତଙ୍କ ; ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୨୦୦୦  ପାର୍ 

mahabharatanews

ଦଲକ: ଅଗ୍ନିକାଣ୍ଡରେ ୮ବଖରା ପାଉଁଶ, ୨ ପରିବାର ନିସ୍ୱ

mahabharatanews

ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

mahabharatanews