ଓଡିଶା

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ

(ମହାଭାରତ, ଦେବଗଡ): ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଘରୋଇ ବସଟି ଆଜି ସକାଳେ ରାଉରକେଲାରୁ ଅନୁଗୁଳ ଯାଉଥିଲା । ତେବେ ୨୩ ନମ୍ବର ଜାତୀୟ ରାଜପଥରେ ଖୁଲୁଣ୍ଡିପାଣି ନିକଟରେ ଏକ ମାଲବାହୀ ଟ୍ରକ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମମଧ୍ୟ ଆହତ ହୋଇଛନ୍ତି ।

Related posts

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ଆଜିଠୁ ରାଜ୍ୟରେ ବର୍ଷା

mahabharatanews

କୋଟିଆବାସୀଙ୍କ ଭରସା ହରାଇବା ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ କି?

mahabharatanews