ଅପରାଧ

ବାପାଙ୍କୁ ଗୋଡାଇ ପିଟି ମାରିଦେଲା ପୁଅ

(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ବାପାଙ୍କୁ ଗୋଡାଇ ପିଟି ପିଟି ପୁଅ ଜୀବନରୁ ମାରି ଦେଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏହି ଅଞ୍ଚଳର ଅଗାଧୁ ନାୟକଙ୍କ ପୁଅ ବେଲାଲ ସେନ ନିଶାରେ ଟଳମଳ ହୋଇ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ସେ ତାଙ୍କ ମାଆଙ୍କ ସହିତ ପାଟିତୁଣ୍ଡ କରୁଥିଲେ । ଏହା ଦେଖି ବାପା ଅଗାଧୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଶାରେ ଚୁର ଥିବା ବେଲାଲ ସେନ ଏକ କାଠ ଫାଳିଆରେ ବାପା ଓ ମାଆଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବେଲଘର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଗାଧୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁମୁଡିବନ୍ଧ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ତାଙ୍କର ଆହତ ପନô୍ୀ ଫୁଲବାଣୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଅଭିଯୋଗ ହେବା ପରେ ବେଲଘର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।

Related posts

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews

ଯୁକ୍ତିତର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା

mahabharatanews

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews