ଅପରାଧ

ବାପାଙ୍କୁ ଗୋଡାଇ ପିଟି ମାରିଦେଲା ପୁଅ

(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ବାପାଙ୍କୁ ଗୋଡାଇ ପିଟି ପିଟି ପୁଅ ଜୀବନରୁ ମାରି ଦେଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏହି ଅଞ୍ଚଳର ଅଗାଧୁ ନାୟକଙ୍କ ପୁଅ ବେଲାଲ ସେନ ନିଶାରେ ଟଳମଳ ହୋଇ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ସେ ତାଙ୍କ ମାଆଙ୍କ ସହିତ ପାଟିତୁଣ୍ଡ କରୁଥିଲେ । ଏହା ଦେଖି ବାପା ଅଗାଧୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଶାରେ ଚୁର ଥିବା ବେଲାଲ ସେନ ଏକ କାଠ ଫାଳିଆରେ ବାପା ଓ ମାଆଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବେଲଘର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଗାଧୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁମୁଡିବନ୍ଧ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ତାଙ୍କର ଆହତ ପନô୍ୀ ଫୁଲବାଣୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଅଭିଯୋଗ ହେବା ପରେ ବେଲଘର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।

Related posts

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ଯୁବତୀଙ୍କୁ ଗଣବଳାତ୍କାର ପରେ ପୋଡିବାକୁ ଉଦ୍ୟମ, ପୀଡିତା ଗୁରୁତର

mahabharatanews

ନିଜ ଘରୁ ଆଇଏଏସଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

mahabharatanews