Uncategorized

ଜେଏନୟୁ ହିଂସାରେ ସାମିଲ ମୁଖାପିନ୍ଧା ମହିଳା ଚିହ୍ନଟ

(ନୂଆଦିଲ୍ଲୀ): ଜାନୁଆରୀ ୫ ତାରିଖରେ ଜେଏନୟୁ କ୍ୟାମ୍ପସରେ ହୋଇଥିବା ହିଂସା ନେଇ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆକ୍ରମଣ କରିଥିବା ମୁଖାପିନ୍ଧା ଦୁର୍ବୃତ୍ତମାନଙ୍କ ପରିଚୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଏହି ହିଂସା ବେଳେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମୁଖାପିନ୍ଧା ମହିଳା ଜେଏନୟୁରେ ଆକ୍ରମଣ କରୁଥିବା ଜଣାପଡିଥିଲା । ଏବେ ଉକ୍ତ ମହିଳାଙ୍କୁ ପୋଲିସ ଚିହ୍ନଟ କରିଛି । ହିଂସା ବେଳେ ଚେକ ସାର୍ଟ ସାଙ୍ଗକୁ ହାଲୁକା ବ୍ଲୁ ରଙ୍ଗର ସ୍କାର୍ଫ ପିନ୍ଧି ହାତରେ ଲାଠି ଧରି ମହିଳା ଜଣକ ଠିଆ ହୋଇଥିବା ଭିଡିଓ ଫୁଟେଜରୁ ଜଣାପଡିଛି । ଉକ୍ତ ମହିଳା ଜଣକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ କଲେଜର ଛାତ୍ରୀ ବୋଲି ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ ବେଳେ ଚିହ୍ନଟ କରାଯାଇଛି । ତାଙ୍କ ନାଁ କୋଏଲ ଶର୍ମା ଓ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସଦସ୍ୟା ବୋଲି ମଧ୍ୟ ଜଣାପଡିଛି । ତେବେ ଉକ୍ତ ମୁଖାପିନ୍ଧା ମହିଳାଙ୍କୁ ନୋଟିସ ଜାରି କରାଯାଇ ତଦନ୍ତରେ ସହଯୋଗ କରିବାକୁ ି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) କହିଛି ।

Related posts

ବାରିକେଡ ଭାଙ୍ଗିଲେ ଟ୍ରାକ୍ଟର ରାଲିରେ ସାମିଲ କୃଷକ

mahabharatanews

ଭିୱାଣ୍ଡିରେ ଭୁଷୁଡିଲା ୩ ମହଲା କୋଠା, ୧୦ ମୃତ

mahabharatanews

ଟିଆରପି ସ୍କାମ: ବାର୍କର ପୂର୍ବତନ ସିଇଓ ପାର୍ଥ ଦାସ୍ତଗୁପ୍ତା ଗିରଫ

mahabharatanews