ଓଡିଶା

କାର୍ଯ୍ୟରେ ଅବହେଳା ପାଇଁ ୪ ଆରପିଏଫ କର୍ମଚାରୀ ନିଲମ୍ବିତ

(ମହାଭାରତ, ଝାରସୁଗୁଡା): କାର୍ଯ୍ୟରେ ଅବହେଳା ପାଇଁ ରେଲୱେର ୪ ପୋଲିସ କର୍ମଚାରୀଙ୍କୁ ଆରପିଏଫ ଡିଜି ଚାକିରିରୁ ନିଲମ୍ବନ କରିଛନ୍ତି । ଚାଉଳ ଚୋରା କାରବାର ଘଟଣାରେ ସେମାନଙ୍କୁ ନିଲମ୍ବିତ ହେବାକୁ ପଡିଛି । ସେମାନେ ହେଲେ ଆରପିଏଫ, ଇନ୍ସପେକ୍ଟର ଏଲ କେ ଦାସ, ଏଏସଆଇ ଏସ କେ କୁମାର ଏବଂ ଦୁଇ ହାବିଲଦାର ଆର ଭି ଠାକୁର । ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ତାରିଖ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ଚାଉଳ ବରଗଡରୁ ରାଞ୍ଚି ଯାଉଥିଲା । କିନ୍ତୁ ସେଥି ମଧ୍ୟରୁ ୨୮୮ ବସ୍ତା ଚାଉଳ ଝାରସୁଗୁଡା ରେଳଷ୍ଟେସନ ନିକଟବର୍ତ୍ତୀ ଡବଲିଙ୍ଗ କଲୋନୀ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ପୋଲିସ ଉକ୍ତ ଚାଉଳ ବସ୍ତା ଜବତ କରିଥିଲା । ଏହି ଘଟଣାରେ ଆରପିଏଫ ପକ୍ଷରୁ କୌଣସି ମାମଲା ରୁଜୁ ହୋଇ ନଥିଲା । ଏହାର ତଦନ୍ତ କରି କାର୍ଯ୍ୟ ସମ୍ପାଦନାରେ ଅବହେଳା ଅଭିଯୋଗରେ ଆରପିଏଫ ଡିଜି ରେଲୱେ ପୋଲିସର ୪ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଏଥିସହ ଚୋରି ଘଟଣାରେ ଆରପିଏଫ ତେଲିଭଟ୍ଟା ଅଞ୍ଚଳର ରାହୁଲ ସାହୁ, କ୍ରିଷ୍ଣା ସାହୁ ଏବଂ ଟିଙ୍କୁ କଣ୍ଟାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

ଗଞ୍ଜେଇ ସାଙ୍ଗକୁ ଧଳାଜହର ଜବତ, 4 ଗିରଫ

mahabharatanews

ଶ୍ୟାମାକାଳୀ ମନ୍ଦିରରେ ଶ୍ୱେତ ପେଚାର ନୃତ୍ୟ

mahabharatanews

ଶାନ୍ତିପୂର୍ଣ୍ଣଭାବେ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଜବରଦଖଲ ଉଚ୍ଛେଦ

mahabharatanews