ଅପରାଧ

ବ୍ୟବସାୟୀଙ୍କ ଘରୁ ଡକାୟତି, ପରିବାର ଲୋକଙ୍କୁ ମାଡ ମାରି ଲୁଟ

(ମହାଭାରତ, ଜୟପାଟଣା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଭଏଁରପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରି ନଗଦ ୧୩ ଲକ୍ଷ ଟଙ୍କା ଏବଂ ୨୫ ଭରି ଓଜନର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଭଏଁରପାଲି ଗାଁରେ ସୋମବାର ରାତି ୨ଟାରୁ ୩ଟା ମଧ୍ୟରେ ଏହି ଡକାୟତି ହୋଇଥିଲା । ୫ ଜଣ ଡକାୟତ ସୋମବାର ରାତିରେ ବ୍ୟବସାୟୀଙ୍କ ଘରେ ପଶିଥିଲେ । ଉକ୍ତ ବ୍ୟବସାୟୀ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ସେମାନେ ମାଡ ମାରିବା ସହ ବନ୍ଧୁକ ଦେଖାଇ ଭାୟଭୀତ କରାଇଥିଲେ । ପରେ ସବୁ ଟଙ୍କା ଏବଂ ସୁନାଗହଣା ନେଇ ଫେରାର ହୋଇଯାଇଥିଲେ । ନିକଟରେ କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ କରିଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ପୋଲିସର ଅପରାଧ ନିୟନ୍ତ୍ରଣ ପଦକ୍ଷେପ ଉପରେ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

Related posts

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ଗାଡ଼ି ଚଳାଚଳ ବନ୍ଦ, କେମିତି ଚଳିବେ ଅଟୋ ଚାଳକ

mahabharatanews