Uncategorized

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ନିଆଁ

ମୁମ୍ବାଇ: ମୁମ୍ବାଇରେ ଆଜୁ ଏକ ପୋଟ୍ରୋଲପମ୍ପରେ ନିଆଁ ଲାଗି ଯାଇଥିଲା । ଆଜି ମଧ୍ୟାହ୍ନରେ ଉପନଗର ଚେମ୍ବୁରର ମାହୁଲ କ୍ଷେତ୍ର ସ୍ଥିତ ଭାରତ ପେଟ୍ରୋଲିୟମ ନିଗମ ଲିମିଟେଡ (ବିପିସିଏଲ)ର ଏକ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା । ତେବେ ଏହି ଘଟଣାରେ କେହି ହତାହତ ହୋଇ ନ ଥିବା ପ୍ଲାଣ୍ଟର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଥିଲେ ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨.୪୦ ରେ ବିପିସିଏଲର ମୁଖ୍ୟ ଦ୍ୱାରରେ ଥିବା ଏୟାର କମ୍ପ୍ରେସରରେ ନିଆଁ ଲାଗି ଯାଇଥିଲା । ଫଳରେ କଳା ଧୂଆଁ ସେଠାରେ ଛାଇ ଯାଇଥିଲା । ତେେ ଏହା ଏକ ସାଧାରଣ ଅଗ୍ନିକାଣ୍ଡ ଥିବା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଥିଲେ । ତୁରନ୍ତ ବିପିସିଏଲର କର୍ମଚାରୀ ନିଆଁ ଉପରେ ଆୟତ ପାଇଯାଇଥିଲେ । ନିଆଁ ଲାଗିବା ସୂଚନା ପାଇଁ ମୁମ୍ବାଇ ଦମକଳ ବାହିନୀ ଓ ଅଗ୍ନି ସମ୍ବନ୍ଧିତ ସମସ୍ତ ଏଜେନ୍ସି ସେଠାରେ ପହଞ୍ôଚ ଯାଇଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ତାହା ଜଣାପଡି ନାହିଁ ।

Related posts

ଇଥିଓପିଆ: ଅଜଣା ରୋଗରେ ୧୫ ମୃତ୍ୟୁ

mahabharatanews

୨ ଟ୍ରକ ଧକ୍କା: ୨୩ ପ୍ରବାସୀ ଶ୍ରମିକ ମୃତ: ୨୦ ଗୁରୁତର

mahabharatanews

ସୁଦାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡାଦେଶ

mahabharatanews