ଓଡିଶା

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର: ସପ୍ତାହବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ଜୋରଦାର ଆରମ୍ଭ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ସମାଜର ଅମାନିଆ ·ଳକଙ୍କୁ ତଥା ସମସ୍ତଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି । ସୋମବାର ଦିନ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ପରିବହନ ତରଫରୁ ଏହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଭାରାପ୍ରାପ୍ତ ଅଧିକାରୀ ମନୋଜ ଟପ୍ନୋ ହାତକୁ ନେଇଥିଲେ । ଏକ ସୁସଜ୍ଜିତ ମୋବାଇଲ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବିଭିନ୍ନ ବ୍ଲକର ଗାଁକୁ ଗାଁ ପ୍ର·ର କରାଯିବା ସହ ସଡ଼କ ସୁରକ୍ଷା ସଚେତନ ପତ୍ର ବଣ୍ଟନ କରାଯାଇଥିଲା । ପରେ ରାଇରଙ୍ଗପୁର ପୌରାଞ୍ଚଳର ବିଭିନ୍ନ ଜନଗହଳି ସ୍ଥାନରେ ନୃତ୍ୟ ଗୀତ ଆସରରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ପରିବହନ କାର୍ଯ୍ୟାଳୟର କର୍ମ·ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

mahabharatanews

ରାଜ୍ୟରୁ ୧୧ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

mahabharatanews