ଓଡିଶା

ବାଇକ ଓ ହାଇୱା ମୁହାଁମୁହିଁ ଧକ୍କା, ୨ ଗୁରୁତର

(ମହାଭାରତ, ବଣାଇ): ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ଆରବି କଲୋନୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ ଓ ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଆରୋହୀ ସନୁ ମୁଣ୍ଡା ଓ ତାଙ୍କ ୫ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ସନୁ ମୁଣ୍ଡା ତାଙ୍କ ୫ ବର୍ଷର ପୁଅକୁ ଧରି ବାଇକରେ ଆରବି କଲୋନୀରୁ ଡେଙ୍ଗୁଳା ଯାଉଥିଲେ । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ହାଇୱା ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାପା ପୁଅଙ୍କୁ କୋଇଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ସେଠାରୁ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ସ୍ୱାଧୀନତା ଆନ୍ଦୋଳନରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

mahabharatanews

ଅକ୍ଟୋବର ୧୧ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

mahabharatanews

ଆଜି ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

mahabharatanews