ଓଡିଶା

ବାଇକ ଓ ହାଇୱା ମୁହାଁମୁହିଁ ଧକ୍କା, ୨ ଗୁରୁତର

(ମହାଭାରତ, ବଣାଇ): ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ଆରବି କଲୋନୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ବାଇକ ଓ ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଆରୋହୀ ସନୁ ମୁଣ୍ଡା ଓ ତାଙ୍କ ୫ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ସନୁ ମୁଣ୍ଡା ତାଙ୍କ ୫ ବର୍ଷର ପୁଅକୁ ଧରି ବାଇକରେ ଆରବି କଲୋନୀରୁ ଡେଙ୍ଗୁଳା ଯାଉଥିଲେ । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ହାଇୱା ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାପା ପୁଅଙ୍କୁ କୋଇଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ସେଠାରୁ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ନିର୍ଦ୍ଧୁମ ଛେଚା ଖାଇଲେ ଛେଳି ଚୋର |

mahabharatanews

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

mahabharatanews

ଅସମ୍ଭାଳ ହୀରାକୁଦ ପାଣି : ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ 

mahabharatanews