ଅପରାଧ

ହାତବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଚଣ୍ଡିଖୋଲ ନିକଟସ୍ଥ ବେନାପୁର ଠାରେ ଏକ ପାଣି ନାଳରେ ହାତ ବନ୍ଧା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଜଗତପୁର ଅଂଚଳର ଭୁବନପୁର ଗ୍ରାମର ବଳରାମ ବାରିକ । ସେ ଦୁଇ ଦିନ ହେବ ନିଖୋଜ ଥିଲେ । ଗତକାଲି ତାଙ୍କ ମୃତ ଦେହ ନାଳରୁ ମିଳିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ବଳରାମସେ ତାଙ୍କ ଟ୍ରକରେ ପ୍ଲାଷ୍ଟିକ ଦାନା ବୋଝେଇ କରି ପାରାଦୀପରୁ କଲିକତା ଅଭିମୁଖେ ଯାଉଥିଲେ କିନ୍ତୁ ଦୁଇ ଦିନ ତଳେ ତାଙ୍କ ଟ୍ରକ ସହ ସେ ନିଖୋଜ ଥିବା ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା । ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ମୃତ ଦେହ ଦେଖିବାକୁ ପାଇଥିଲେ । ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଖବର ପାଇ ସେଠାରୁ ମୃତ ଦେହ ଜବତ କରିବା ସହ , ହତ୍ୟା ଓ ଲୁଟ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖବର ପାଇ ମୃତକଙ୍କ ପିତା ଘଟଣା ସ୍ଥଳରେ ପହଞ୍ଚି ମୃତକ ତାଙ୍କ ପୁଅ ବୋଲି ଚିନ†ଟ କରିଥିଲେ । ଏହି ଘଟଣାରେ ଚୋରି ଟ୍ରକ ସହ ଲୁଟେରାକୁ ଆଠମଲ୍ଲିକ ପୋଲିସି ଗିରଫ କରିଛି ।
ଏଠାରେ ସୂଚନା ଯୋଗ୍ୟ, କିଛିଦିନର ବ୍ୟବଧାନରେ ପୁନର୍ବାର ତିନୋଟି ରାଜପଥର ମିଶ୍ରଣ ସ୍ଥଳ ଚଣ୍ଡିଖୋଲ ଅଂଚଳରେ ଛିନତାଇ ଓ ହତ୍ୟାକାଣ୍ଡ ଆରମ୍ଭ ହୋଇଛି । ଏଥି ପ୍ରତି ପୁଲସି ପ୍ରଶାସନ ନଜର ଦେବାକୁ ଦାବି ହେଉଛି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ପଶ୍ଚିମବଙ୍ଗରେ ୧୨ ବର୍ଷୀୟା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ଗଣଦୁଷ୍କର୍ମ ଅଭିଯୋଗରେ ତଦନ୍ତ ଜୋରଦାର

mahabharatanews

ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ୩ ଗିରଫ

mahabharatanews