Uncategorized

ରାହୁଲଙ୍କୁ ସଂସଦ ପଠାଇ କେରଳବାସୀ ଭୁଲ କରିଛନ୍ତି: ରାମଚନ୍ଦ୍ର ଗୁହା

(ତ୍ରିଭେନ୍ଦ୍ରମ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ବିରୋଧ କରୁଥିବା ଐତିହାସିକ ରାମଚନ୍ଦ୍ର ଗୁହା ଏବେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି । ଏବେ ସେ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, କେରଳବାସୀ ରାହୁଲ ଗାନ୍ଧିଙ୍କୁ ସଂସଦକୁ ପଠାଇ ଭୁଲ କରିଛନ୍ତି । କେରଳ ସାହିତ୍ୟିକ ସମାରୋହରେ ‘ଦେଶଭକ୍ତି ବନାମ ଅନ୍ଧ ରାଷ୍ଟ୍ରବାଦ’ ଶୀର୍ଷକ ଆଲୋଚନାରେ ଭାଗ ନେଇ ଗୁହା କହିଥିଲେ, ବ୍ୟକ୍ତିଗତ ଭାବେ ରାହୁଲ ଗାନ୍ଧିଙ୍କୁ ବିରୋଧ କରୁନାହିଁ । ସେ ଜଣେ ଭଲ ସଂସ୍କାରୀ ବ୍ୟକ୍ତି । କିନ୍ତୁ ଯୁବ ଭାରତ ୫ମ ପିଢିର ବଂଶବାଦୀଙ୍କୁ ଚାହୁଁନାହିଁ । ଯଦି ମାଲୟାଲୀମାନେ ୨୦୨୪ରେ ବି ରାହୁଲଙ୍କୁ ୨ୟ ଥର ନିର୍ବାଚିତ କରିବାର ଭୂଲ କରିବେ, ତେବେ ଆପଣ ପରୋକ୍ଷରେ ନରେନ୍ଦ୍ର ମୋଦିଙ୍କୁ ହିଁ ଲାଭ ପହଞ୍ଚାଇବେ । ଦୀର୍ଘ ବର୍ଷ ଧରି କଂଗ୍ରେସ ଦେଶରେ ଶାସନ କରିଛି । କିନ୍ତୁ ମୋଦିଙ୍କ ସାମ୍ନାରେ ରାହୁଲ କେବେ କ୍ଷମତାକୁ ଫେରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ଏକ ମହାନ ଦଳ ରହିଥିବା କଂଗ୍ରେସର ପତନ ହୋଇଯାଇଛି, ଯାହାକି ଭାରତରେ ହିନ୍ଦୁତ୍ୱ ଏବଂ ଅନ୍ଧ ରାଷ୍ଟ୍ରବାଦର ପ୍ରଭୃତ୍ୱ ବୃଦ୍ଧିର କାରଣରୁ ଗୋଟିଏ ।

Related posts

୨୨ ପୂର୍ବରୁ ତିହାର ଜେଲରେ ପରୀକ୍ଷାମୂଳକ ଫାଶୀ

mahabharatanews

ରାମ ମନ୍ଦିର ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

mahabharatanews

ଜାମ୍ମୁ, ହିମାଚଳ ସୀମାନ୍ତର ଭୂକମ୍ପ

mahabharatanews