ଜୟପୁର: ନାଗରିକତା ସଂଶୋଧନ ଆଇନ (ସିଏଏ) ର।।ଜ୍ୟରେ ଲାଗୁ କରିବା ଭିନ୍ନ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଶନିବାର ଦିନ କେରଳ ରାଜ୍ୟପାଳ ଆରିଫ ମୋହମ୍ମଦ ଖାନ କହିଛନ୍ତି । ସିଏଏକୁ ବିଭିନ୍ନ ରାଜ୍ୟରେ ବିରୋଧକୁ ନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ଆରିଫ କହିଛନ୍ତି, ସିଏଏ ଲାଗି କରାଯିବ, କାରଣ ସେଠାରେ ଆଉ କୌଣସି ବିକଳ୍ପ ନାହିଁ । ଏହାକୁ ଧାରା ୨୫୪ ଅନ୍ତର୍ଗତ ରାଜ୍ୟରେ ଲାଗୁ କରାଯିବ । ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆରିଫ କହିଛନ୍ତି, ଲୋକଙ୍କର ପ୍ରଦର୍ଶନ କରିବାର ଓ ସେମାନଙ୍କ ମତ ଦେବାର ଅଧିକାର ରହିଛ । କିନ୍ତୁ ଆଇନକୁ ଭାଙ୍ଗିବାର ଅଧିକାର ସେମାନଙ୍କର ନାହିଁ । ଏହା ପ୍ରଥମ ପ୍ରଦର୍ଶନ ନୁହେଁ । ଏହା ପୂର୍ବରୁ ମଧ୍ୟ ପ୍ରଦର୍ଶନ କରାଯାଇଛି । ପ୍ରତ୍ୟେକଙ୍କର ସେମାନଙ୍କ ମତ ଦେବାକୁ ଓ ବିରୋଧ କରିବାର ଅଧିକାର ରହିଛି । କିନ୍ତୁ ଆମର ଆଇନ ଭାଙ୍ଗିବାର ଅଧିକାର ନାହିଁ । କାହାରି ମଧ୍ୟ ଆଇନର ପ୍ରଭାବିତ କରିବାର ବା ଶାରୀରିକ ଶକ୍ତି ପ୍ରଦର୍ଶନର ଅଧିକାର ନାହିଁ । ସିଏଏ କେନ୍ଦ୍ରର ନିଷ୍ପତ୍ତି ।ଏଥିନେଇ ସୁପ୍ରିମ କୋର୍ଟକୁ ଯାଇ ପାରନ୍ତି ।
ସୂଚନା ଯୋଗ୍ୟ, କେରଳ ବିଧାୟନସଭାରେ ସିଏଏ ଫେରସ୍ତ କରିବାକୁ ଦାବି କରିଥିଲା, ଯେଉଁଥିରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶର ଶିଖ, ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ପରାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାର ଅଧିକାର ଦିଆଯାଇଛି ।
previous post
