ଓଡିଶା

ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ

(ମହାଭାରତ, ଗୋପ): ଗୋପ ରେଞ୍ଜ ଅଧିନରେ ଥିବା ୩ ବେଆଇନ କରତକଳ ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ଅନେକ ଦାମୀ କାଠଗଣ୍ଡି ଜବତ କରାଯାଇଛି । ଭୁବନେଶ୍ୱର ବନବିଭାଗ ପକ୍ଷରୁ ଶନିବାର ସକାଳେ ଏହି ଚଢାଉ ହୋଇଥିଲା । ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ଏବଂ ପୁରୀ ଏସସିଏଫଓଙ୍କ ନେତୃତ୍ୱରେ ଗୋପ ଥାନାଧିକାରୀ ୩ ପ୍ଲାଟୁନ ଫୋର୍ସ ଧରି ଏହି ଚଢାଉ କରିଥିଲେ । ଗୋପ, କୋଣାର୍କ ଓ ପୁରୀ ବନ ବିଭାଗ ଅଧିକାରୀ ମାନେ ମଧ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ । ଚାରିଛକ-ଗୋପ ରାସ୍ତାର ମୁଖ୍ୟ ବଜାର ଓ କୁସୁପୁର ଠାରେ ଦୀର୍ଘଦିନ ଧରି ଚାଲିଥିବା ୩ ବେଆଇନ କରତକଳ ଉପରେ ଅଚାନକ ଚଢାଉ ହୋଇଥିଲା । ଏହି ସମୟରେ କରତକଳରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଓ ଅନେକ କାଠ ଗଣ୍ଡି ଏଠାରୁ ଜବତ ହୋଇଥିଲା । ତେବେ ଜବତ ହୋଇଥିବା ସାମଗ୍ରୀଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ବନବିଭାଗ ସୂଚନା ଦେଇଛି ।

Related posts

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ସ୍କିଲ କନକ୍ଳେଭ 2023.

mahabharatanews

ବଜେଟ୍କୁ ନେଇ ବିଜେଡିର କଡ଼ା ସମାଲୋଚନା…

mahabharatanews