ଓଡିଶା

ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ

(ମହାଭାରତ, ଗୋପ): ଗୋପ ରେଞ୍ଜ ଅଧିନରେ ଥିବା ୩ ବେଆଇନ କରତକଳ ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ଅନେକ ଦାମୀ କାଠଗଣ୍ଡି ଜବତ କରାଯାଇଛି । ଭୁବନେଶ୍ୱର ବନବିଭାଗ ପକ୍ଷରୁ ଶନିବାର ସକାଳେ ଏହି ଚଢାଉ ହୋଇଥିଲା । ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ଏବଂ ପୁରୀ ଏସସିଏଫଓଙ୍କ ନେତୃତ୍ୱରେ ଗୋପ ଥାନାଧିକାରୀ ୩ ପ୍ଲାଟୁନ ଫୋର୍ସ ଧରି ଏହି ଚଢାଉ କରିଥିଲେ । ଗୋପ, କୋଣାର୍କ ଓ ପୁରୀ ବନ ବିଭାଗ ଅଧିକାରୀ ମାନେ ମଧ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ । ଚାରିଛକ-ଗୋପ ରାସ୍ତାର ମୁଖ୍ୟ ବଜାର ଓ କୁସୁପୁର ଠାରେ ଦୀର୍ଘଦିନ ଧରି ଚାଲିଥିବା ୩ ବେଆଇନ କରତକଳ ଉପରେ ଅଚାନକ ଚଢାଉ ହୋଇଥିଲା । ଏହି ସମୟରେ କରତକଳରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଓ ଅନେକ କାଠ ଗଣ୍ଡି ଏଠାରୁ ଜବତ ହୋଇଥିଲା । ତେବେ ଜବତ ହୋଇଥିବା ସାମଗ୍ରୀଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ବନବିଭାଗ ସୂଚନା ଦେଇଛି ।

Related posts

ଜାନୁଆରୀ ୩ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ।

mahabharatanews

ଆଜିଠୁ ୯ ଯାଏଁ ବର୍ଷିବ

mahabharatanews

ବିଭିନ୍ନ ଦାବି ନେଇ ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

mahabharatanews