Uncategorized

ଶୋପିଆନରେ ଏନକାଉଣ୍ଟର: ସେନା ଗୁଳିରେ ୩ ଆତଙ୍କବାଦୀ ନିହତ

(ଶ୍ରୀନଗର): ଜମ୍ମୁ-କାଶ୍ମୀରର ଶୋପିଆନରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସେନା ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ଉକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ନିହତ ଆତଙ୍କବାଦୀମାନଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ଶୋପିଆନର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିବର୍ଷା କରିଥିଲେ । ଏହାର କଡା ଜବାବ ଦେବାକୁ ଯାଇ ସେନା ପକ୍ଷରୁ ଗୁଳିଚାଳନା ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବହୁ ମାତ୍ରାରେ ଗୁଳିଗୋଳା ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଆଦି ଜବତ ହୋଇଛି । ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ଜାମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

Related posts

ଜାମ୍ମୁରେ ହେବ ଭଗବାନ ଭେଙ୍କେଟେଶ୍ୱରଙ୍କ ମନ୍ଦିର

mahabharatanews

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସ: ମୋଦି କହିଲେ ୨୪ ଘଣ୍ଟା ଉପଲବ୍ଧ ରହିଛି

mahabharatanews