ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ସଂଖ୍ୟା ଲଘୁଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ଉପରେ କେନ୍ଦ୍ର ସରକାରକୁ ଏକ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର ସଂଖ୍ୟା ଲଘୁଙ୍କ ଶିକ୍ଷା, ସଂସ୍କୃତିର ବିକାଶ ପ।।ଇଁ ଚାରି ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି, ଯାହା ସମାନତା ଅଧିକାର ଉଲ୍ଲଙ୍ଘନ ବୋଲି ଯାଚିକାକର୍ତ୍ତା ତାଙ୍କ ଯାଚିକାରେ ଉଲ୍ଲେଖ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଆଜି କୋର୍ଟ କେନ୍ଦ୍ରକୁ ସଂଖ୍ୟଲଘୁଙ୍କ ପାଇଁ ହୋଇଥିବା ଯୋଜନା ଗୁଡିକର ବିବରଣୀ ଦେବାକୁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ଶୁଣାଣି ମାର୍ଚ୍ଚ ମାସରେ ଆପେକ୍ସ କୋର୍ଟରେ ହେବ ।
previous post