Uncategorized

ଦାର୍ଜିଲିଂରେ ମମତାଙ୍କ ସିଏଏ ବିରୋଧୀ ରାଲି

(ଦାର୍ଜିଲିଂ): ନାଗରିକତା ସଂଶୋଧନ ଆଇନ (ସିଏଏ), ଏନଆରସି ଓ ଏନପିଆରକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦାର୍ଜିଲିଂ ଠାରେ ଏକ ବିକ୍ଷୋଭ ରାଲି କରିଛନ୍ତି । ଏଗୁୁଡିକ ପଶ୍ଚିମବଙ୍ଗରେ ଲାଗୁ କରିବାକୁ ସେ ଦେବେ ନାହିଁ । ସେ ଥାଉ ଥାଉ ଲୋକେ ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ ବୋଲି ସେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ତେବେ ଏହି ବିକ୍ଷୋଭରେ ସାମିଲ ହୋଇଥିବା ଆନ୍ଦୋଳନକାରୀମାନେ ହାତରେ ‘ନୋ ଏନଆରସି’ ପ୍ଲାକାର୍ଡ ସହ ଜାତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାର ଆଣିଥିବା ଏହି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଆସୁଛନ୍ତି ।

Related posts

୪୮ ଘଣ୍ଟାରେ ୪ ଯବାନ ଶହୀଦ

mahabharatanews

ଅତିଥିଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବେସନ ହାଲୱା

mahabharatanews

ଓମାର, ମୁଫ୍ତି ଆତଙ୍କବାଦୀ ନୁହଁନ୍ତି: ନାଜିର ଅହମଦ

mahabharatanews