Uncategorized

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା

(ନୂଆଦିଲ୍ଲୀ): ସେହିପରି ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି, ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ରହିଛନ୍ତି । ଏମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ନାମ ମଧ୍ୟ ରହିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତଭେଦ ହେବା ସତ୍ତେ୍ୱ ତାଙ୍କୁ ଦଳ ନିର୍ବାଚନୀ ପ୍ରଚାର ଦାୟିତ୍ୱ ଦେଇଛି । ଏମାନଙ୍କ ବ୍ୟତୀତ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୃଘ୍ନ ସିହ୍ନା, ଉଦିତ ରାଜ ଏବଂ କାର୍ତ୍ତି ଆଜାଦ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ବରିଷ୍ଠ ଆଇନଜୀବି କପିଲ ସିବଲ୍, ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର କରି ଦିଲ୍ଲୀବାସିଙ୍କୁ ଭୋଟ ମାଗିବେ ।

Related posts

କିମ୍‌ଙ୍କ ଚିକିତ୍ସା ପାଇଁ ଚୀନ ପଠାଇଲା ବିଶେଷଜ୍ଞ ଦଳ

mahabharatanews

ତୈଳବାହୀ ଜାହାଜରେ ନିଆଁ, ୨ ଭାରତୀୟ ନାବିକ ମୃତ

mahabharatanews

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews