ଓଡିଶା

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

(ଢେଙ୍କାନାଳ): ରାଜ୍ୟରେ ଯୌତୁକ ଜନିତ ନିର୍ଯାତନା ଓ ହତ୍ୟା ଥମିବାର ନାଁ ନେଉନାହିଁ । ଯୌତୁକ ପ୍ରଥାକୁ ନେଇ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଶାଶୂଘର ଲୋକେ ଜଣେ ନବବଧୂର ଜୀବନ ନେଇଛନ୍ତି । ସୂଚନା ଅନୁଯାୟୀ, ସୁରାନଳୀ ଗାଁର ଆରତୀ ସାହୁ ରାସୋଳ ଥାନା କଲୋନୀ ସାହିର ସୁଜିତ ସାହୁଙ୍କୁ ବାହା ହୋଇଥିଲେ । ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା । ଏପରିକି ଦାବି ମୁତାବକ ଯାନି ଯୌତୁକ ମଧ୍ୟ ଝିଅ ଘର ପକ୍ଷରୁ ଦିଆଯାଇଥିଲା । ତେବେ ଗତ ମଙ୍ଗଳବାର ବାପଘର ଲୋକେ ଆରତିଙ୍କ ଶାଶୂ ଘରକୁ ଆସିଥିଲେ । ମାତ୍ର ଝିଅକୁ ଦେଖିବାକୁ ପାଇ ନଥିଲେ । ଏପରିକି ଶାଶୂଘର ଲୋକ ସନ୍ତୋଷଜନକ ଉତ୍ତର ମଧ୍ୟ ଦେଇନଥିଲେ । ପରେ ଆରତିଙ୍କ ବାପଘର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତିକରି ଛାନଭିନ ଆରମ୍ଭ କରିଥିଲା । ପରେ ଶାଶୂ ଘର ଲୋକଙ୍କୁ ଜେରା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଆରତିଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଅଖାରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଜଙ୍ଗଲରୁ ଆରତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାଙ୍କ ସ୍ୱାମୀ ସୁଜିତ ସାହୁ, ଶ୍ୱଶୁର ନିରଞ୍ଜନ ସାହୁ ଓ ଶାଶୂ କୁମୁଦିନୀ ସାହୁଙ୍କୁ ଗିରଫ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Related posts

ସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

mahabharatanews

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

mahabharatanews