ଓଡିଶା

ବସ୍ ଓଲଟି ୧୦ ଯାତ୍ରୀ ଆହତ

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ସଅଁରା ଠାରେ ଏକ ଅଘଟଣ ଘଟିଛି । ସଅଁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିକଟରେ ଏକ ଘରୋଇ ବସ ରାସ୍ତା କଡରେ ଥିବା ବିଲକୁ ଓଲଟି ପଡିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗରୁଡ ନାମକ ଏକ ଘରୋଇ ବସ୍ ଜଗତସିଂପୁରରୁ ଶାରଳା ମନ୍ଦିର ଅଭିମୁଖେ ଯାଉଥିଲା । ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଏହି ସମୟରେ ବସ୍ର ଆଗ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ତାହା ବିଲକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Related posts

ଗୋଷ୍ଠୀ ସଂଘର୍ଷ ନ ହେବା ପାଇଁ ୧୪୪ ଧାରା

mahabharatanews

ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews

୧୩ରେ ପ୍ରବଳ ବର୍ଷା ସମ୍ଭାବନା; ‘ୟେଲୋ’ ଓ୍ଵାର୍ଣ୍ଣିଂଜାରି

mahabharatanews