ଓଡିଶା

ଆଦିବାସୀମେଳାରେ ଅଧିକ ୧୦୦ଟି ଷ୍ଟଲ

(ଆଦର୍ଶ ରାଉତ):ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେଉଥିବା ରାଜ୍ୟସ୍ତରୀୟ ଆଦିବାସୀମେଳାରେ ଏଥର ମିଳିବ ଓଡିଶା ସମେତ ୧୪ଟି ରାଜ୍ୟର ପାରମ୍ପାରିକ ଆଦିବାସୀ ଖାଦ୍ୟ । ପ୍ରଥମଥର ପାଇଁ କର୍ତ୍ତୃପକ୍ଷ ଏଠାରେ ଜାତୀୟ ଆଦିବାସୀ ଖାଦ୍ୟ ମେଳା ଆୟୋଜନ କରିଛନ୍ତି । ମେଳା ସଂକ୍ରାନ୍ତରେ ସୂଚନା ଦେଇ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଆଦିବାସୀ ମେଳା ଦାୟିତ୍ୱରେ ଥିବା ଡକ୍ଟର ଅଖିଳ ବିହାରୀ ଓତା କହିଛନ୍ତି ଯେ ଚଳିତବର୍ଷ ମେଳାର କଳେବର ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ପ୍ରାୟ ୧୦୦ଟି ଅଧିକ ଷ୍ଟଲ ନିର୍ମାଣ ହୋଇଛି । ଏଥିରେ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଛି ବିଭିନ୍ନ ରାଜ୍ୟର ପାରମ୍ପରିକ ଆଦିବାସୀ ଖାଦ୍ୟ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଷ୍ଟଲ ଗୁଡିକ ତିଆରି ହୋଇଛି । ପୂର୍ବରୁ ମେଳା ବୁଲିବାକୁ ଆସୁଥିବା ଦର୍ଶକମାନେ କେବଳ ଓଡିଶାର ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପାଉଥିବାବେଳେ ଏଥର ଆସାମ,ମଣିପୁର,ଅରୁଣାଚଳପ୍ରଦେଶ, ମେଘାଳୟ,ତ୍ରିପୁରା,ମିଜୋରାମ,ସିକିମ୍ ,ହିମାଚଳ ପ୍ରଦେଶ ,ରାଜସ୍ଥାନ,ଗୁଜୁରାଟ,ଝାଡଖଣ୍ଡ,ଛତିଶଗଡ ଓ ଉତ୍ତରାଖଣ୍ଡ । ସେହିସବୁ ରାଜ୍ୟର ଆଦିବାସୀମାନେ ଏଥର ମେଳାରେ ଯୋଗଦେବା ସହିତ ସେମାନଙ୍କ ହାତ ତିଆରି ଖାଦ୍ୟ ଯୋଗାଇଦେବେ । ଏଥିସହିତ ମେଳାରେ ଓପଲଫେଡ,ଓମେଫେଡ୍,ମିଲେଟ ମିଶନ ସହିତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଖାଦ୍ୟ ପରିବେଷଣ କରିବେ ।
ସେହିପରି ଦର୍ଶକମାନେ ଏଥର ମେଳାରେ ବିଭିନ୍ନ ଚିତ୍ରକଳା,ବୁଣାବୁଣି ଆଦିକୁ ସିଧାସଳଖ ଦେଖିବାକୁ ପାଇବେ । ଆଦିବାସୀ କଳାକାରମାନେ ଲୋକଙ୍କ ସମ୍ମୁଖରେ ସେମାନଙ୍କ ପାରମ୍ପରିକ ଚିତ୍ରକଳା, ପୋଷାକ ପ୍ରସ୍ତୁତ ଆଦି ଦେଖାଇବେ । ଏଥର ମେଳାରେ ଗଣ୍ଡ ଓ ଲାଞ୍ଜିଆ ସଉରାମାନେ ଗଣ୍ଡ ଓ ସଉରା ଚିତ୍ରାଙ୍କନ ପ୍ରଦର୍ଶନ କରିବେ । ସେହିଭଳି ଦର୍ଶକମାନେ କୁଲସି,ଦୁରୁଆ ଓ ବଣ୍ଡା ଜନଜାତିଙ୍କର ପୋଷାକ ବୁଣା ଶୈଳୀ ଦର୍ଶକଙ୍କ ସମ୍ମୁଖରେ ବୁଣାକାର ମାନେ ଦେଖାଇବେ । ସାନ୍ତାଳଙ୍କ ଡୋକ୍ରା,ଲୋଧାଙ୍କ ବାଉଁଶକାମ,ମାଙ୍କଡିଆଙ୍କ ଶିଆଳିପତ୍ର,ବାଥୁଡା ସମ୍ପ୍ରଦାୟା ସବାଇ ଘାସର କାମ ଲୋକେ ମେଳା ପରିସରରେ ଦେଖିପାରିବେ ।
ଜାତୀୟ ଖାଦ୍ୟ ମେଳା ସହିତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତତ ଦେଖାଇବା ପାଇଁ ଯୋଜନା ହୋଇଥିବାରୁ ଚଳିବର୍ଷ ଆଦିବାସୀମାନେ ୨୬୨ଟି ଷ୍ଟଲ ଖୋଲାଯାଇଛି । ପୂର୍ବବର୍ଷ ଏହି ସଂଖ୍ୟା ୧୫୫ଥିଲା । ଏଥର ମେଳାରେ ପୂର୍ବବର୍ଷ ଭଳି ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି କଳାକାରମାନେ ସେମାନଙ୍କ ନୃତ୍ୟ ପରିବେଷଣ କରିବେ । ଆସନ୍ତା ୨୬ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରାଜ୍ୟସ୍ତରୀୟ ମେଳାରେ ଖାଦ୍ୟ,ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଲୋକେ ରାଜ୍ୟରେ ଥିବା ବହୁ ବିଲୁପ୍ତପ୍ରାୟ ଜନଜାତିଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖପାରିବେ ।

Related posts

ପୁରୀ ଗସ୍ତରେ ରାଜ୍ୟପାଳ

mahabharatanews

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ବଣାଇରେ ୪ ଘରୁ ସିରିଜ ଲୁଟ୍

mahabharatanews