ଓଡିଶା

ମା ଉକୁଳେଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ତ୍ରିବେଣୀ ବୁଡ଼

(ପୁରୀ): ପୁରୀ ଅସ୍ତରଙ୍ଗ ଠାରେ ମା ଉକୁଳେଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ତ୍ରିବେଣୀ ବୁଡ଼। ତ୍ରିବେଣୀ ଅମାବାସ୍ୟା ଠାରୁ ସାତଦିନ ବ୍ୟାପୀ ଚାଲିବ ଏହି ବୁଡ଼। ବୁଡ଼ରେ ହଜାର ହଜାର ମାନସିକଧାରୀ ମହିଳା ଏକାଠି ହୋଇ ସିଦ୍ଧ ପୁଷ୍କରିଣୀରେ ବୁଡ଼ ପକାଇ ନିଜ ମନସ୍କାମନା ପୂରଣ ପାଇଁ ମାନସିକ ଗୁଆ ଓ କଳସ ବସାଇଥାନ୍ତି। ତ୍ରିବେଣୀ ବୁଡ଼ର ବିଶେଷତ୍ୱ ହେଲା ମା ଏହି ଦିନରେ ବର୍ଷକୁ ଥରେ ମାନବୀୟ ଲୀଳା କରିଥାନ୍ତି। ମାଙ୍କ ବିଗ୍ରହ ମନ୍ଦିର ଆସ୍ଥାନ ଛାଡ଼ି ୩ଥର ବେଢା ପରିକ୍ରମା କରିବା ପରେ ସିଦ୍ଧ ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିଥାନ୍ତି। ଏହି ସମୟରେ ମାନସିକ ଧାରୀମାନେ ବୁଡ ପକାଇଲେ ବହୁ ଦୂରାରୋଗ୍ୟରୁ ଆରୋଗ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Related posts

ବେଆଇନ ଭାବେ ଟଲରରେ ମାଛ ଧରୁଥିବାରୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି

mahabharatanews

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ଜୁଲାଇ ୨୪ ତାରିଖରୁ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

mahabharatanews