ଓଡିଶା

ମା ଉକୁଳେଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ତ୍ରିବେଣୀ ବୁଡ଼

(ପୁରୀ): ପୁରୀ ଅସ୍ତରଙ୍ଗ ଠାରେ ମା ଉକୁଳେଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ତ୍ରିବେଣୀ ବୁଡ଼। ତ୍ରିବେଣୀ ଅମାବାସ୍ୟା ଠାରୁ ସାତଦିନ ବ୍ୟାପୀ ଚାଲିବ ଏହି ବୁଡ଼। ବୁଡ଼ରେ ହଜାର ହଜାର ମାନସିକଧାରୀ ମହିଳା ଏକାଠି ହୋଇ ସିଦ୍ଧ ପୁଷ୍କରିଣୀରେ ବୁଡ଼ ପକାଇ ନିଜ ମନସ୍କାମନା ପୂରଣ ପାଇଁ ମାନସିକ ଗୁଆ ଓ କଳସ ବସାଇଥାନ୍ତି। ତ୍ରିବେଣୀ ବୁଡ଼ର ବିଶେଷତ୍ୱ ହେଲା ମା ଏହି ଦିନରେ ବର୍ଷକୁ ଥରେ ମାନବୀୟ ଲୀଳା କରିଥାନ୍ତି। ମାଙ୍କ ବିଗ୍ରହ ମନ୍ଦିର ଆସ୍ଥାନ ଛାଡ଼ି ୩ଥର ବେଢା ପରିକ୍ରମା କରିବା ପରେ ସିଦ୍ଧ ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିଥାନ୍ତି। ଏହି ସମୟରେ ମାନସିକ ଧାରୀମାନେ ବୁଡ ପକାଇଲେ ବହୁ ଦୂରାରୋଗ୍ୟରୁ ଆରୋଗ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Related posts

mahabharatanews

ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରକ ଚାଳକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

mahabharatanews

ଚିଟଫଣ୍ଡ ଠକେଇ ଅଭିଯୋଗରେ ଗ୍ରୀନ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ଚଢ଼ାଉ

mahabharatanews