ଓଡିଶା

ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ

(ଆଦର୍ଶ ରାଉତ): ଭୁବନେଶ୍ବର ବିମାନବନ୍ଦର ନିର୍ମାଣାଧୀନ କୋଠା ଭୁସୁଡିବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ. ଘଟଣା ଉପରେ ନଜର ରଖାଯାଇଛି । ଏହାର ତଦନ୍ତ ପାଇଁ ଇଇଓ କତୃପକ୍ଷଙ୍କ ତରଫରୁ ଏକ ଉଚ୍ଚସ୍ତରୀୟ ଞରମଷଦ୍ଭସମବକ୍ଷ ଟିମ୍ ଆସିବ । ଘଟଣା ପଛର କାରଣ ଖୋଜା ଚାଲିଛି । ତଦନ୍ତ ଟିମ୍ ରେ ଭୁବନେଶ୍ଵର ବିମାନବନ୍ଦର ଅଧିକାରୀ ରହିପାରନ୍ତି । ଏହି ପ୍ରକଳ୍ପ ପାଇଁ ଦିଲ୍ଲୀପ କଂଶଟ୍ରକ୍ସନ କୁ ୫୬ କୋଟି ଟଙ୍କା ଅଟକଳ କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କାର କାର୍ୟ୍ୟ ଶେଷ ହୋଇଛି. ଭୁଶୁଡିଥିବା ଛାତର ଆନୁମାନିକ ଖର୍ଚ ୨୦ ଲକ୍ଷ ଟଙ୍କା ହୋଇଥିବା ସୂଚନା ବୀମାନବନ୍ଦର ନିର୍ଦ୍ଦେଶକ ଦେଇଛନ୍ତି. ୨ ବର୍ଷ ପାଇଁ ଏହି ପ୍ରକଳ୍ପ କୁ ହାତରେ ନିଆଯାଇଥିଲା ।
ଅନ୍ୟପଟେ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ଠିକା ସଂସ୍ଥା ମାଲିକ ଦିଲ୍ଲୀପ ଖଟେଇକୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଛି କମିଶନରେଟ ପୋଲିସ । କାର୍ୟ୍ୟ ନେଇଥିବା ଦିଲୀପ କନ୍‌ଷ୍ଟ୍ରକ୍ସନ୍‌ର ଆନୁଷଙ୍ଗିକ କାଗଜପତ୍ର ଯାଞ୍ଚ କରାଯିବା ସହ, ସଂପୃକ୍ତ ସଂସ୍ଥା ଟେଣ୍ଡର ନେଇଥିଲା କି ନାହିଁ ? ଯଦି ଟେଣ୍ଡର ନେଇଥିଲା ତେବେ ଏହି କାମ ନେବାପାଇଁ ସେ ଯୋଗ୍ୟ ଥିଲା କି ନାହିଁ ? କେତେ ଶ୍ରମିକ କାର୍ୟ୍ୟ କରୁଥିଲେ ? ସୁରକ୍ଷା ଥିଲା କି ନାହିଁ ? ଏସବୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି ।

Related posts

ସତରେ କ’ଣ ପରୀକୁୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତା’ର ବାପାମାଆ ?

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ; ପରେ ପୋଲ ଉପରୁ ଠେଲି ଦେଇଥିଲେ

mahabharatanews