ଓଡିଶା

ବହୁଜନ କ୍ରାନ୍ତି ମୋର୍ଚ୍ଚାର ଭାରତ ବନ୍ଦ ଡାକରା

(ମହାଭାରତ, ରାଉରକେଲା): ସିଏଏ ଓ ଏନଆରସିକୁ ବିରୋଧ କରି ବହୁ ଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଥିଲା । ମୋର୍ଚ୍ଚା କର୍ମୀମାନେ ବିଶ୍ରା ଛକ ଠାରେ ସକାଳ ୬ଟାରୁ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ । ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ଉଠାଇବାକୁ ଉଦ୍ୟମ କରିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅବରୋଧକାରୀଙ୍କୁ ପ୍ଲାଣ୍ଟ ସାଇଟ୍ ପୋଲିସ ଉଠାଇ ନେଇଥିବା ବେଳେ ୩୬ ଜଣଙ୍କୁ ଗିରଫ କରିଛି । ଏହି ବନ୍ଦ ପ୍ରଭାବରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ରାସ୍ତା ଅବରୋଧ ଚାଲିବା ପରେ ପତ୍ୟାହୃତ ହୋଇଥିଲା । ଦୋକାନ ବଜାର ଖୋଲାଥିବା ବେଳେ ବହୁ ସ୍କୁଲ, କଲେଜ ବନ୍ଦ ରହିଛି ।

Related posts

ମୃତ ଦେହ ଉଦ୍ଧାର

mahabharatanews

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ

mahabharatanews

ଆସନ୍ତା ଜୁଲାଇ ୩୧ ସୁଦ୍ଧା ସରିବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା

mahabharatanews