Uncategorized

ସାହିନ ବାଗ ଧମକ ଘଟଣା: ମାଲିକକୁ ପୁଲିସର ପଚରାଉଚରା

ନୂଆଦିଲ୍ଲୀ: ଗତକାଲି ସାହିନ ବାଗ ପ୍ରଦର୍ଶନ କାଳରେ ବନ୍ଧୁକ ଦେଖାଇ ଡରାଇବା ଘଟଣାରେ ଆଜି ଦିଲ୍ଲୀ ପୁଲିସ ବନ୍ଧୁକର ମାଲିକ ମହମ୍ମଦ ଲିକମାନ ଚୌଧୁରୀଙ୍କୁ ପଚରାଉଚରା କରିଛନ୍ତି । ଗତକାଲି ସାହିନ ବାଗରେ ପ୍ରଦର୍ଶନ ଜାରି ଥିବା ବେଳେ କିଛି ଲୋକ ଧାରଣାସ୍ଥଳରେ ପହଁଚିଥିଲେ ଓ ପ୍ରଦର୍ଶନକାରୀଙ୍କ ସହ କଥା ହୋଇଥିଲେ । ଏହା ପରେ ଜଣେ ବ୍ୟକ୍ତି ଏକ ବନ୍ଧୁକ ଦେଖାଇ ପ୍ରଦର୍ଶନକାରୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବା ସହ ଉକ୍ତ ସ୍ଥାନ ଖାଲି କରିବାକୁ ଧମକ ଦେଇଥିଲେ ।

ପୁଲିସ ଅନୁଯାୟୀ, ଉକ୍ତ ବନ୍ଧୁକର ମାଲିକ ମହମ୍ମଦ ଲୁକମାନ, କିନ୍ତୁ ଅନ୍ୟ ଜଣେ ସେଠାରେ ଭୟ ସୃଷ୍ଟି କରାଯାଇଥିଲା । ଏହା ପରେ ପୁଲିସ ଉକ୍ତ ବନ୍ଧୁକକୁ ଜବତ କରି ନେଇଥିଲା ଓ ଏକ ମାମଲା ରୁଜୁ କରାଯାଇଥିଲା । ଚୌଧୁରୀ ପୁଲିସକୁ କହିଛନ୍ତି, ରାସ୍ତା ଜାମ ରହିବାରୁ ଆମ୍ବୁଲାନ୍ସ, ସ୍କୁଲ ବସ ପରି ଜରୁରୀକାଳୀନ ବସ ଯାତାୟାତରେ ସମସ୍ୟା ଦେଖା ଦେଉଛି । ତେଣୁ ସେ ସେଠାକୁ ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ । ତାଙ୍କ ପାଖରେ ବନ୍ଧୁକ ଥିବା ପ୍ରଦର୍ଶନ କାରୀ ଦେଖିଦେଇଥିଲେ ଓ ଏହା ପରେ ତାଙ୍କ ଜଣେ ସହଯୋଗୀ ବନ୍ଧୁକ ଦେଖାଇଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ସାହିନ ବାଗରେ ଡିସେମ୍ବର ୧୫ ତରିଖରୁ ସିଏଏ ବିରୋଧରେ ଧାରଣା ଦିଆଯାଉଛି । ଏହି ଧାରଣା ପାଇଁ କାଲିନ୍ଦି କୁଞ୍ଜ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର ହୋଇଛି ।

Related posts

ରାମାୟଣ ଧାରାବାହିକର ସୁଗ୍ରୀବ ଆଉ ନାହାନ୍ତି

mahabharatanews

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାକୁ ହତ୍ୟା ରୂପ ଦେଇଥିଲେ କିଛି ରାଜନେତା ଓ ପତ୍ରକାର : ଅଧ୍ୟୟନ

mahabharatanews

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews