ଅପରାଧ

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ଼

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ବଜାରରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ଜଣାପଡିଛି । ଛୁରା ମାଡ଼ ହୋଇଥିବା ଯୁବକ ଜଣକ ସେହି ଅଞ୍ଚଳର ସୁଶାନ୍ତ ଓରାମ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତବର୍ଷ ଶିବରାତ୍ରୀ ସମୟରେ ସୁଶାନ୍ତଙ୍କ ସହ ଅନ୍ୟ ଜଣେ ଯୁବକଙ୍କର କୌଣସି କାରଣରୁ ଝଗଡା ହୋଇଥିଲା । ଗତ ବୁଧବାର ସକାଳେ ସୁଶାନ୍ତ ବଜାରକୁ ଯାଇଥିବା ବେଳେ ତାଙ୍କୁ ଦେଖି ପୂର୍ବରୁ ଶତ୍ରୁତା ରଖିଥିିବା ଯୁବକ ଜଣକ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲେ । ଛୁରାଟି ସୁଶାନ୍ତଙ୍କ ପେଟରେ ପସି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଅଇଁଠାପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Related posts

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ପ୍ରିୟଙ୍କାଙ୍କ ନିକଟରେ ଦୁଃଖ କହିଲେ ଅରୁଣ ବାଲ୍ମୀକିଙ୍କ ପରିବାର

mahabharatanews

ଦୂତୀ ଚାନ୍ଦ ଦୁଇ ଜଣକ ନାମରେ ଆଣିଲେ ଅଭିଯୋଗ

mahabharatanews