ଅପରାଧ

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ଼

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ବଜାରରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ଜଣାପଡିଛି । ଛୁରା ମାଡ଼ ହୋଇଥିବା ଯୁବକ ଜଣକ ସେହି ଅଞ୍ଚଳର ସୁଶାନ୍ତ ଓରାମ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତବର୍ଷ ଶିବରାତ୍ରୀ ସମୟରେ ସୁଶାନ୍ତଙ୍କ ସହ ଅନ୍ୟ ଜଣେ ଯୁବକଙ୍କର କୌଣସି କାରଣରୁ ଝଗଡା ହୋଇଥିଲା । ଗତ ବୁଧବାର ସକାଳେ ସୁଶାନ୍ତ ବଜାରକୁ ଯାଇଥିବା ବେଳେ ତାଙ୍କୁ ଦେଖି ପୂର୍ବରୁ ଶତ୍ରୁତା ରଖିଥିିବା ଯୁବକ ଜଣକ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲେ । ଛୁରାଟି ସୁଶାନ୍ତଙ୍କ ପେଟରେ ପସି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଅଇଁଠାପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Related posts

ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ପୀଡିତାଙ୍କ ମାମଲା: ଯୋଗୀ

mahabharatanews

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

mahabharatanews