Uncategorized

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଦାୟୀତ୍ୱ ନେଲେ ତରଣଜିତ ସନ୍ଧୁ

(ୱାଶିଂଟନ): ଆମେରିକାର ୱାଶିଂଟନ ଡିସିରେ ଭାରତର ନୂତନ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସନ୍ଧୁ ଦାୟିତ୍ୱ ନେଇଛନ୍ତି । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେଇଛନ୍ତି । ପୂର୍ବତନ ରାଷ୍ଟ୍ରଦୁତ ହର୍ଷବର୍ଦ୍ଧନ ଗତ ଜାନୁଆରୀରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଭାରତର ବିଦେଶ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଆମେରିକାର ଭାରତୀୟ ରାଷ୍ଟ୍ରଦୁତ ପଦ ଛାଡିବା ପରେ ଏହି ସ୍ଥାନ ଖାଲି ରହିଥିଲା । ଏଥିପାଇଁ ଭାରତ ସରକାର ତରଣଜୀତ ସିଂହ ସନ୍ଧୁଙ୍କ ନାମରେ ମୋହର ମାରିଥିଲେ । ସେ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବା ପୂର୍ବରୁ ଭାରତର ଉଚ୍ଚାୟୋଗ ପଦରେ ଅବସ୍ଥାପିତ ଥିଲେ । ଏହା ପୂର୍ବରୁ ୨୦୧୩ରୁ ୨୦୧୭ ଯାଏଁ ୱାଶିଂଟନ ଡିସିରେ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ପଦରେ ଅବସ୍ଥାପିତ ଥିଲେ ।

Related posts

୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ

mahabharatanews

ମୁହଁର ସୌନ୍ଦର୍ଯ୍ୟ ବାଏ କଞ୍ଚାକ୍ଷୀର

mahabharatanews

କୋରୋନା: ଇରାନ ସାଂସଦଙ୍କ ମୃତ୍ୟୁ

mahabharatanews