ଓଡିଶା

ଚମ୍ପାଦେବୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଓଉପଡା ଗାଁର ମା ଚମ୍ପାଦେବୀ ପୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପଣ୍ଡିତଙ୍କ ଦ୍ୱାରା ଅଭିଶେକମନ୍ତ୍ରିତ ଜଳ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା । ରତ୍ନାକର କୋଦମାସିଂହଙ୍କ ତତ୍ତ୍ୱାବଧାନରେ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗାଁରେ ଥିବା ପଦ୍ମ ପୋଖରୀରେ ୭ ଜଣ ଯୁବକ ଘଟ ବୁଡାଇଥିଲେ । ଯଜ୍ଞର ମୁଖ୍ୟ ପୁରୋଧା ମଦନ ମୋହନ ମିଶ୍ର, ପୂଜକ ବିଶ୍ୱନାଥ ରଣା ଯଜ୍ଞ କାର୍ଯ୍ୟ କରିଥିଲେ । ପୂର୍ଣ୍ଣାହୁତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ହୋଇଥିଲା । ଏହି ଅବସରରେ ଗାଁର ସଂକୀର୍ତ୍ତନ ଦଳ ନାମ ସଙ୍କୀର୍ତ୍ତନ କରିଥିଲେ ।

Related posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ

mahabharatanews

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews

ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍

mahabharatanews