ଅପରାଧ

ମୋବାଇଲ ଛଡାଇ ନ ପାରି ଯୁବକଙ୍କୁ ଗୁଳିମାଡ

(ମହାଭାରତ, ପୁରୀ): ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ହେରାଗୋହରୀ ସାହି ବୋର୍ଡିଂ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ସାଇକେଲରେ ଯାଉଥିବା ଛାତ୍ରଙ୍କ ଠାରୁ ମୋବାଇଲ ଛଡାଇବାରେ ବିଫଳ ତାଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡର ଶିକାର ହେବାକୁ ପଡିଛି । ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀ ଗତକାଲି ବିଳମ୍ବିତ ରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପ୍ରଥମେ ତାଙ୍କ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ଏଥିରେ ବିଫଳ ହେବାରୁ ସେମାନେ ଜନ୍ମେଜୟଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ଛାତ୍ରଙ୍କ ପାପୁଲିରେ ବାଜିଛି । ଖବର ପାଇବା ପରେ ଆୟୁର୍ବେଦ କଲେଜ ଛାତ୍ରଛାତ୍ରୀମାନେ ଭିଆଇପି ରୋଡରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସେମାନେ ଦାବି କରିଥିଲେ । ଏହି ଘଟଣାକୁ ନେଇ କୁମ୍ଭାରପଡା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଭିଜିଲାନ୍ସ ପଞ୍ଝାରେ ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ

mahabharatanews

ସୌମ୍ୟ ମୃତ୍ୟୁ ଘଟଣାରେ ପୁଲିସକୁ କ୍ରାଇମବ୍ରାଞ୍ଚ କରିବ ସହଯୋଗ

mahabharatanews

ସାପ ବିଷ ସ୍ମଗ୍ଲିଂ ବେଳେ ୩ ଗିରଫ

mahabharatanews