ଓଡିଶା

ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତା ମହିଳା ହେଲେ ସଜନୀ ପ୍ରଧାନ । ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ବାନ୍ଧବ ଗାଁ ମାଟିଆ ସାହିରେ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅନ୍ତର୍ଗତ ବାନ୍ଧବ ଗାଁର ମାଟିଆ ସାହିରେ ଭରତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସଜନୀ ବସବାସ କରନ୍ତି । ପରିବାରଟି ଗରିବ ଶ୍ରେଣୀର । ବୁଧବାର ରାତିରେ କାମସାରି ଉଭୟ ସ୍ୱାମୀ ସ୍ତ୍ରୀ ଘରେ ଶୋଇଥିଲେ । ରାତିର ବିଳମ୍ବିତ ପ୍ରହରରେ ଗୋଟିଏ ହାତୀ ଘରର କାନ୍ଥ ଭାଙ୍ଗି ସେମାନଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସଜନୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ଦିନ ଧରି ହାତୀ ସେହି ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି । ହାତୀ ଆତଙ୍କରେ ଲୋକେ ଭୟଭୀତ ଥିବା ବେଳେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି ଜିଲ୍ଲାରେ । ବନବିଭାଗ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେଇ ହାତୀ ଘଉଡାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related posts

କାମରେ ଆସିଲାନି ମେଡିକାଲ ସାଲାଇନ, ଗୁରୁତ୍ୱର ଅବସ୍ଥାରେ ରୋଗୀ କିଣିଲେ ବାହାରୁ ସାଲାଇନ

mahabharatanews

ତେଲ ମାରୁ ମାରୁ ସରକାରର ପୋଲ୍ ଖୋଲିଦେଲେ ଅରୂପ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

mahabharatanews