ଓଡିଶା

ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତା ମହିଳା ହେଲେ ସଜନୀ ପ୍ରଧାନ । ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ବାନ୍ଧବ ଗାଁ ମାଟିଆ ସାହିରେ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅନ୍ତର୍ଗତ ବାନ୍ଧବ ଗାଁର ମାଟିଆ ସାହିରେ ଭରତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସଜନୀ ବସବାସ କରନ୍ତି । ପରିବାରଟି ଗରିବ ଶ୍ରେଣୀର । ବୁଧବାର ରାତିରେ କାମସାରି ଉଭୟ ସ୍ୱାମୀ ସ୍ତ୍ରୀ ଘରେ ଶୋଇଥିଲେ । ରାତିର ବିଳମ୍ବିତ ପ୍ରହରରେ ଗୋଟିଏ ହାତୀ ଘରର କାନ୍ଥ ଭାଙ୍ଗି ସେମାନଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସଜନୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ଦିନ ଧରି ହାତୀ ସେହି ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି । ହାତୀ ଆତଙ୍କରେ ଲୋକେ ଭୟଭୀତ ଥିବା ବେଳେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି ଜିଲ୍ଲାରେ । ବନବିଭାଗ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେଇ ହାତୀ ଘଉଡାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related posts

୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

କାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍

mahabharatanews

ଭୁବନେଶ୍ୱର ଲୋକଙ୍କୁ ଗଞ୍ଜାମ ମନା

mahabharatanews