Uncategorized

୬ ମାସର ଶିଶୁ ପେଟରେ ୩ ମାସର ଭ୍ରୂଣ

ପାଟନା: ଶିଶୁ ପେଟରେ ଟ୍ୟୁମର ହୋଇଥିବା ଖବର ଅନେକ ଦେଖିଥିବେ ଶୁଣିଥିବେ । କିନ୍ତୁ ଛଅ ମାସର ଶିଶୁ ପେଟରୁ ସାଢେ ଦେଢ କିଲୋ ଓଜନର ତିନି ମାସର ଭ୍ରୂଣ ବାହାରିବା ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ କରିବା ପରି ଘଟଣା । ଏମିତି ଏକ ଘଟଣା ବିହାରର ରାଜଧାନୀ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ (ପିଏମସିଏଚ)ର ଶିଶୁ ବିଭାଗରେ ଦେଖିବାକୁ ମିଳିଛି । ୧୫ ଜଣିଆ ଡାକ୍ତରୀ ଦଳ ପ୍ରାୟ ଦୁଇ ଘଣ୍ଟା ଅପରେଶନ କରିବା ପରେ ଶିଶୁଟିର ପେଟରୁ ଏହି ଭ୍ରୂଣ ବାହାର କରିଛନ୍ତ । ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶିଶୁଟିର ପେଟ ମଧ୍ୟରେ ଭ୍ରୂଣର ପେଟ, ହାଥ ଓ ମୁଣ୍ଡ ବିକଶିତ ହୋଇ ସାରିଥିଲା । କିନ୍ତୁ ହୃଦସ୍ପନ୍ଦନ ନଥିଲା । ଯଦି ଆଉ କିଛି ଦିନ ଭ୍ରୂଣ ଶିଶୁଟିର ପେଟରେ ରହିଥାନ୍ତା ତେବେ ଶିଶୁଟିର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା ।

ବକ୍ସର ଜିଲାର ଅରିୟାଭ୍ ଗାଁର ନିବାସୀ ମୋଇନୁଧୀନଙ୍କ ୬ ମାସର ପୁଅ ଇରଫାନ୍ର ଜନ୍ମ ପରଠାରୁ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲା । ତାକୁ ଅନେକ ଥର ସରକାରୀ ମେଡିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବାରମ୍ବାର ଶିଶୁଟି ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ପେଟ ଫୁଲୁଥିଲା । ପାଟନାର ପିଏମସିଏଚରେ ଚିକିତ୍ସା କରିବା ପାଇଁ କେହି ତାଙ୍କୁ ପରାମର୍ଶ ଦେଇଥିଲେ ଜାନୁଆରୀ ୨୦ ତାରିଖରେ ଚିକତ୍ସା ପାଇଁ ପିଏମସିଏଚରେ ଭର୍ତ୍ତି କରିଥିଲେ । ଯାଞ୍ଚ ରିପୋର୍ଟରୁ ଶିଶୁଟିର ପେଟରୁ ଭ୍ରୂଣ ବାହାରିଥିଲା ।

Related posts

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବ ହେବ

mahabharatanews

ସବୁ ଧର୍ମରେ ଛାଡ୍ରପତ୍ର ଆଇନ୍ ଏକ ନେଇ କେନ୍ଦ୍ର ମତ ଲୋଡିଲେ ସୁପ୍ରିମ କୋର୍ଟ

mahabharatanews

ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

mahabharatanews