Uncategorized

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହାର ଗୋଟିଏ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନିଷ ସିସୋଦିଆଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ଗତକାଲି ରାତିରେ ସିସୋଦିଆଙ୍କ ପିଏସଓ ଗୋପାଳ କୃଷ୍ଣ ମାଧବ ଏକ ଜିଏସଟି ମାମଲାରେ ଜଣେ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ତାଙ୍କୁ ଗିରଫ କରାଯାଇ ସିବିଆଇ କାର୍ଯ୍ୟଳୟକୁ ନିଆଯାଇଛି ।

ସୂଚନାଯୋଗ୍ୟ, ଜଣେ ବ୍ୟବସାୟୀଙ୍କ ଜିଏସଟି ମାମଲାର ସମାଧାନ ପାଇଁ ସିସୋଦିଆଙ୍କ ପିଏସଓ ୧୦ ଲକ୍ଷ ଟଙ୍କାରେ ଚୁକ୍ତି କରିବା ସହ ପ୍ରଥମ କିସ୍ତି ରୂପେ ୨ ଲକ୍ଷ ଟଙ୍କା ଗତ କାଲି ରାତିରେ ନେଉଥିଲେ । ଏହି ସମୟରେ ମାଧବଙ୍କୁ ଅଧିକାରୀ ଗିରଫ କରିଥିଲେ । ତେବେ ଏହି ଘଟଣାରେ ସିସୋଦିଆଙ୍କ ସମ୍ପୃକ୍ତି ଜଣାପଡି ନାହିଁ । ସିବିଆଇ ଆଜି ମାଧବଙ୍କୁ କୋର୍ଟ ଚାଲାଣ କରିଛି । କିନ୍ତୁ ଏହି ଘଟଣାରେ ବିଜେପି ଆଇଟି ସେଲ ପକ୍ଷରୁ କୁହାଯାଇଛି, ଆସନ୍ତାକାଲି ନିର୍ବାଚନ । ତେଣୁ ଟଙ୍କା ନେବାକୁ ସିସୋଦିଆ ପିଏସଓଙ୍କୁ କହିଛନ୍ତି । ମନ୍ତ୍ରୀଙ୍କ ଅଜାଣତରେ ବା ଅନୁମତି ବିନା ଜଣେ ପିଏସଓ ଏପରି କରିବାକୁ ସାହାସ କରିପାରିବ ନାହିଁ । ତେଣୁ ଏହା ଆପ ଓ ଆପ ଉପମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିକୁ ପଦାରେ ପକାଇଥିବା ବିଜେପି କହିଛି ।

ଅପରପକ୍ଷରେ ଏହି ଘଟଣା ଜଣାପଡିବା ପରେ ସିସୋଦିଆ ଟୁଇଟ କରି ଦୁର୍ନୀତିଗ୍ରସ୍ତ ଅଧିକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠ।।ନ ଗ୍ରହଣ କରିବାକୁ କହିଛନ୍ତି ତଥା ସିବିଆଇର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସିସୋଦିଆ ଏହି ମାମଲା ଉପରେ କହିଛନ୍ତି, ତାଙ୍କ ସରକାର ଗତ ୫ ବର୍ଷ ମଧ୍ୟରେ ଅନେକ ଦୁର୍ନୀତିଖୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି । ସେ ଅନେକ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Related posts

ନାଗରିକତା ସଂଶୋଧନ ବିଲ: ସମର୍ଥନ ଜୁଟାଇବାକୁ ପାକ ହିନ୍ଦୁଙ୍କ ଅନୁରୋଧ

mahabharatanews

ମଧ୍ୟାହ୍ନ ଭୋଜନ ଖାଇ: ୧୭ ଶିଶୁ ଗୁରୁତର

mahabharatanews

ତାମିଲ ନ୍ୟୁଜ ଚ୍ୟାନେଲର ୨୫ କରୋନା ଆକ୍ରାନ୍ତ

mahabharatanews