ଓଡିଶା

ସତ୍ୟବାଦୀରେ ଅଗ୍ନିଉତ୍ସବ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀରେ ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମମାନଙ୍କର ବିଭିନ୍ନ ସ୍ଥାନରେ କାଠ ଓନଡା ଏକାଠି କରି ଗଦାଇ ଅଗ୍ନି ସଂଯୋଗ କରାଯାଇଥାଏ । ବର୍ଷକୁ ଥରେ ଏହି ପର୍ବ ବା ଅଗ୍ନିଦେବତାଙ୍କୁ ପୂଜା କରିବାର ସୁଯୋଗ ମିଳିଥିବାରୁ ଲୋକମାନେ ଅଗ୍ନିଉତ୍ସବ ପାଳନ କରିଥାନ୍ତି । ଅଧିକାଂଶ ଯାଗାରେ ସକାଳୁ ସକାଳୁ ବାହ୍ମଣଙ୍କ ଦ୍ୱାରା ଦ୍ୱୀପ, ଧୁପ ଓ ଭୋଗ କରାଯିବା ପରେ ଘିଅ ବଳିତା ଦ୍ୱାରା ଅଗ୍ନିସଂଯୋଗ କରାଯାଇଥାଏ । ତାପରେ ପରେ ନଡିଆ, ଆଳୁ, ପନିପରିବା ଆଦି ଲୋକମାନେ ପୋଡିଥାନ୍ତି । ଏହି ପୋଡା ନଡିଆ ଓ ପନି ପରିବାର ସ୍ୱାଦ ଅଲଗା । ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ଛକରେ ଅଗ୍ନି ଉତ୍ସବ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସିଛୁ । ସ୍ଥାନୀୟ ଦୋକାନୀ ମାନେ ମିଳିତ ଭାବେ ଏହି ଅଗ୍ନିଉତ୍ସବ କରି ଆସୁଛନ୍ତି । ଏହି ଅବସରରେ ସକାଳୁ ମହିଳା ମାନେ ମନ୍ଦିର ଯିବା ସମୟରେ ଅଗ୍ନିଦେବତାଙ୍କୁ ପୂଜା କରିଥିବାର ଦେଖାଯାଇଥିଲା ।

Related posts

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ

mahabharatanews

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

mahabharatanews

ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣକଲେ ଡଃ ପ୍ରଦୀପ ମିଶ୍ର

mahabharatanews