Uncategorized

ଜିଏମ ସରୁରୀଙ୍କୁ ଏନଆଇଏର ସମନ

(ଜାମ୍ମୁ): ଜମ୍ମୁ-କାଶ୍ମୀରର ବରିଷ୍ଠ କଂଗ୍ରେସ ନେତା ଜିଏମ ସରୁରୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସମନ ଜାରି କରିଛି । ୨୦୧୩ ମସିହା ଅଗଷ୍ଟ ୯ ତାରିଖରେ କିସ୍ତୱାର ଜିଲ୍ଲାରେ ହୋଇଥିବା ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ପଚରାଉଚରା ପାଇଁ ତାଙ୍କୁ ସମନ ଜାରି ହୋଇଥିବା ଜଣାଯାଇଛି । ତେବେ ତାଙ୍କୁ କାହିଁକି ଏନଆଇଏ ସମନ ଜାରି କରିଛି ସେନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ ଗଣମାଧ୍ୟମକୁ କହିଛନ୍ତି । ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ତାଙ୍କ ସାନ ଭାଇଙ୍କର ସମ୍ପର୍କ ଥିବା ଜଣାଯାଇଛି । କିସ୍ତୱାରରେ ଆତଙ୍କୀ କାର୍ଯ୍ୟକଳାପରେ ତାଙ୍କ ଭାଇଙ୍କର ସମ୍ପୃକ୍ତି ଥିବା ପୂର୍ବରୁ ଜଣାପଡିଥିଲା । ଏ ବାବଦରେ ପଚରାଉଚରା ପାଇଁ ଏନଆଇଏ ତାଙ୍କୁ କାହିଁକି ସମନ ଜାରି କରିଛି ତାହା ସେ ଜାଣିନଥିବା କହିିଛନ୍ତି । ସୂଚନାଯୋଗ୍ୟ, ସରୁରୀ ଜମ୍ମୁ-କାଶ୍ମୀର କଂଗ୍ରେସର ଉପସଭାପତି ରହିଛନ୍ତି ।

Related posts

ଚିକିତ୍ସା କ୍ଷେତ୍ରରେ ନର୍ସ ହେଉଛନ୍ତି ମେରୁଦଣ୍ଡ: ଶାହା

mahabharatanews

ଜାଲିକାଟ୍ଟୁ ପ୍ରତିଯୋଗିତାରେ ୧ ମୃତ, ୧୫ ଆହତ

mahabharatanews

କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

mahabharatanews