Uncategorized

ସାହାବାଜ ଖାନଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରିଥିବା ସାହାବାଜ ଖାନ୍ଙ୍କ ନାମରେ ବୁଧବାର ମୁମ୍ବାଇ ପୁଲିସ ନିକଟରେ ଜଣେ ଯୁବତୀ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି । ଏଥିନେଇ ମୁମ୍ବାଇର ଓସିୱାରେ ଥାନାରେ ଆଇପିସିର ଧାରା ୩୫୪ ଓ ୫୦୯ରେ ମାମଲା ରୁଜୁ ହେ।।ଇଛି । ଅଭିଯୋଗ ପାଇବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି ।

ସାହବାଜ ଖାନ ବିଭିନ୍ନ ବଲିଉଡ ଫିଲ୍ମରେ ଅଭିନୟ କରିବା ସହ ଟେଲି ଧାରାବାହିକ କରିଛନ୍ତି । ତାଙ୍କ ଅଭିନିତ ୟୁଗ, ଦ ଗ୍ରେଟ ମରାଠା, ବେତାଳ ପଚିଷ, ଚନ୍ଦ୍ରକାନ୍ତା ଓ ସ୍ୱର୍ଡ ଅଫ ଟିପୁସୁଲତାନ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ବର୍ତ୍ତମାନ ସେ ଟିଭି ସୋ ରାମ ସିଆ କେ ଲବକୁଶ, ତେନାଲି ରାମ ଓ ଡସ୍ତାନ ଏ ମହାଭାରତ ସଲିମ ଅନାରକଲିରେ କାମ କରୁଛନ୍ତି ।

Related posts

ଗାଁକୁ ଆମ୍ବୁଲାନ୍ସ ଆସି ନପାରି ଶିଶୁ ପୁତ୍ରର ମୃତ୍ୟୁ

mahabharatanews

ଦେଶରେ ୨୪ ଘଣ୍ଟାରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ: ୧୩୨ ମୃତ

mahabharatanews

ଉପକୂଳବର୍ତ୍ତୀ ଗାଁ ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews