Uncategorized

କୋରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା

(ହାଇଦ୍ରାବାଦ): ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତି କୋରୋନା ଭୁତାଣୁ ସଂକ୍ରମଣ ଭୟରେ ଆତ୍ମହତ୍ୟା କରିଛନ୍ତି । ଚିତୋର ଜିଲ୍ଲାର ସେଶାମନାଇଡୁ କାଣ୍ଡିଗ୍ରା ଗାଁରେ ବାସ କରୁଥିବା ୫୦ ବର୍ଷ ବୟସ୍କ କେ. ବାଲାକ୍ରିଷ୍ଣାଙ୍କୁ ସପ୍ତାହେ ଧରି ଥଣ୍ଡା ଜ୍ୱର ଲାଗି ରହିଥିଲା । ଜ୍ୱର ଭଲ ନ ହେବାରୁ ତାଙ୍କୁ କୋରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରି ଏଥିରେ ଭୟଭୀତ ହୋଇ ଏଭଳି କରିଥିବା ତାଙ୍କ ପରିବାର ସଦସ୍ୟ ପୋଲିସକୁ କହିଛନ୍ତି । ତେବେ ଯାଞ୍ଚ କରୁଥିବା ଡାକ୍ତର କହିଛନ୍ତି ଯେ, ବାଲାକ୍ରିଷ୍ଣାଙ୍କୁ ଭାଇରାଲ ଫିଭର ହୋଇଥିଲା । ତାଙ୍କ ଠାରେ କୋରୋନା ସଂକ୍ରମଣର ଲକ୍ଷଣ ନ ଥିଲା । ନିଜ ମୋବାଇଲ ଫୋନରେ ସେ ବିଭିନ୍ନ ସୋସିଆଲ ମିଡିଆ ସହାୟତାରେ କୋରୋନା ଲକ୍ଷଣ ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ନିଜ ଠାରେ ସଂକ୍ରମଣ ହୋଇଥିବା ସନ୍ଦେହ କରି ପରିବାର ସଦସ୍ୟଙ୍କୁ ଜୋର ଜବରଦସ୍ତ ବାହାରକୁ ପଠାଇ ଭିତକୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

Related posts

ପୁଣି ମହାପ୍ରଭୁଙ୍କୁ ଅପମାନ

mahabharatanews

ଗୋଆ ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ ହେଉ: ରାଣେ

mahabharatanews

ଟୀକା ନେବା ପରେ ୪୬ ବର୍ଷୀୟ  ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଅଭିଯୋଗ

mahabharatanews