ଅପରାଧ

ଦୁଇ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଯୁବକ ଗିରଫ

(ମହାଭାରତ, କେଉଁଝର): କେଉଁଝର ଜିଲ୍ଲା ନନ୍ଦିପଡା ଥାନା ଅନ୍ତର୍ଗତ ଇଞ୍ଚୋଳା ଗାଁରେ ୨ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ନାବାଳିକା ଦୁହେଁ ସ୍କୁଲ ଛାତ୍ରୀ ବୋଲି ଜଣାପଡିଛି । ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ସେହି ଗାଁର ବ୍ରଜ କିଶୋର ସୁଆର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀ ଦ୍ୱୟ ଗୁରୁବାର ସ୍କୁଲ ପରିସରରେ ଥିବା ଶୌଚାଳୟ ଯାଇଥିଲେ । ଏହି ସମୟର ଫାଇଦା ଉଠାଇ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଯୁବକ ସେମାନଙ୍କୁ ଜୋର ଜବରଦସ୍ତ ଟଣାଓଟରା କରିଥିଲା । କୌଶଳ କ୍ରମେ ଛାତ୍ରୀ ଦ୍ୱୟ ସେଠାରୁ ଖସି ଆସି ନିଜ ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲେ । ପରେ ପରିବାର ଲୋକେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଏନେଇ ଅବଗତ କରିଥିଲେ । ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Related posts

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ମାଓବାଦୀ

mahabharatanews

ଜମିଜମା ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡଭାଇ ମୃତ

mahabharatanews

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews