Uncategorized

ବଜିରଗଞ୍ଜ କୋର୍ଟରେ ବିସ୍ଫୋରଣ, ଏକାଧିକ ଓକିଲ ଆହତ

ଲକ୍ଷେ୍ନø: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøର ବଜିରଗଞ୍ଜ କୋର୍ଟରେ ଆଜି କିଛି ଓକିଲଙ୍କ ଉପରେ ଆକ୍ରମଣ ହୋଇଛି । ଦୁଇ ଓକିଲଙ୍କ ବିବାଦକୁ ନେଇ ଏହି ବୋମା ମାଡ ହୋଇଛି । ଏଥିରେ କିଛି ଓକିଲ ଆହତ ହୋଇଛନ୍ତି । ଏହି ବୋମା ବିସ୍ଫୋରଣ ପରେ କୋର୍ଟ ପରିସରରେ ଧାଁ ଦୌଡ ଦେଖା ଦେଇଥିଲା । କୋର୍ଟରେ ହେବାକୁ ଥିବା ନିର୍ବାଚନକୁ ନେଇ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଓକିଲ ସଂଜିବ ଲୋଧିଙ୍କୁ ଟାର୍ଗେଟ କରି ବୋମା ମାଡ କରାଯାଇଥିଲା । ଏଥିରେ ଲୋଥିଙ୍କ ସମେତ ଆଉ କିଛି ଓକିଲ ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଲୋଧି ସାମାନ୍ୟ ଆହତ ହୋଇଛନ୍ତି । ସେ କହିଛନ୍ତି, ଗତ କିଛି ଦିନ ହେବ ତାଙ୍କୁ ଧମକପୂର୍ଣ୍ଣ ଫୋନ ଆସୁଥିଲା । ଏଥିନେଇ ସେ ସୁଧୀର ଯାଦବ, ଅନ୍ନୁ ଯାଦବଙ୍କ ଉପରେ ଆକ୍ରମଣ ପାଇଁ ଅଭିଯୋଗ ଆଣିଛନ୍ତି । ଏହି ଆକ୍ରମଣ ପରେ ଓକିଲମାନେ ପ୍ରଦର୍ଶନ କରିଛନ୍ତି ଓ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡା କରିବ।।କୁ ଦାବି କରାଯାଇଛି ।

ସୂନନାଯୋଗ୍ୟ, ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶର ବିଜନୌରର ଏକ କୋର୍ଟରେ ଏଥିନେଇ ଗୁଳିମାଡ ହୋଇଥିଲା । ଡିସେମ୍ବର ମାସରେ ୩ ଦୁର୍ବୃତ୍ତ ସିଜେଏମ କୋର୍ଟ ନିକଟରେ ହତ୍ୟା ଅଭିଯୁକ୍ତ ଉପରକୁ ଗୁଳି ଚଳାଇଥିଲେ ।

Related posts

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews

ସିଏଏ, ଏନପିଆରକୁ ନେଇ ଶିବସେନା-ଏନସିପି ଏକାଠି

mahabharatanews

ରାଜନୈତିକ ମଞ୍ଚ ଖୋଜୁଛନ୍ତି ବରିଷ୍ଠ ନେତା ଦିଲ୍ଲୀପ

mahabharatanews