ଅପରାଧ

ଭୁବନେଶ୍ୱର ଗୁଳିମାଡରେ ନୂଆ ମୋଡ; ଏକ ତରଫା ପ୍ରେମରୁ ହୋଇଥିଲା ଫାୟାରିଂ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରେମିକାଙ୍କୁ ଗୁଳିମାଡ ଘଟଣା ଆଜି ପୁଣି ଏକ ନୂଆ ମୋଡ ନେଇଛି । ପ୍ରେମରୁ ନୁହେଁ, ବରଂ ଏକ ତରଫା ପ୍ରେମରୁ ଏହି ଗୁଳିମାଡ ହୋଇଥିବା ଜଣାପଡିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଟୁକୁ । ଆଜୁ ପୁଲିସ ଟୁକକୁ ଗିରଫ କରିଛି । ଯୁବତୀଙ୍କ ପିତାଙ୍କ ଅଭିଯୋଗ ମୁତାବକ, ଟୁକର ଘର ବାଲେଶ୍ୱରରେ । ସେଠାରେ ତାର ଏକ ଟାଟୁ ଦୋକାନ ରହିଛି ଓ ସେ ବିବାହିତ । କିନ୍ତୁ ସେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା ଓ ଯୁବତୀଙ୍କୁ ବିଭିନ୍ନ ସମୟରେ ହଇରାଣ କରି ଆସୁଥିଲା । ଯୁବତୀ ତାର ନ ହେଲେ ଆଉ କାହାର ହୋଇ ପାରିବେ ନାହିଁ ବୋଲି ମଧ୍ୟ ସେ ଧମକ ଦେଇଥିଲା ।

ପୁଲିସ ଅନୁଯାୟୀ, ଘଟଣା ଦିନ ଘର ଭିତରେ ଥିଲେ ଟୁକ, ଆଶିଷ ଓ ଯୁବତୀ । ଆଶିଷ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲା । ପରେ ଆଶିଷ ତାର ସାଙ୍ଗ ରାଜେଶକୁ ମେଡିକାଲ ନିକଟକୁ ଡାକି ସେଠାରେ ବନ୍ଧୁକଟିକୁ ତାକୁ ଦେଇଥିଲା । ଏବେ ରାଜେଶ ମଧ୍ୟ ପୁଲିସ ହାଜତରେ । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ମାଉଜର ଜବତ କରିବାରେ ସକ୍ଷମ ହୋଇନାହିଁ । ବନ୍ଧୁକ ଖୋଜିବାକୁ ଏକ ଟିମ ନୟାଗଡ ଯାଇଛି । ତେବେ ଏହି ଘଟଣା ପ୍ରତିଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ଅଭିଯୁକ୍ତଙ୍କ କଥାରେ ରହୁନି ତାଳମେଳ । ଏହାକୁ ନେଇ ପୁଲିସ ମଧ୍ୟ ଅଡୁଆରେ ପଡି ଯାଇଛି ।

Related posts

ଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅ

mahabharatanews

ଦୁଇ ନିଶା ବେପାରୀଙ୍କ ମଧ୍ୟରେ ମାରପିଟ୍

mahabharatanews

ସିପେଟ କଲେଜ ଛାତ୍ରଙ୍କଠାରୁ ଖଣ୍ଡା ଏବଂ ଛୁରୀ ଉଦ୍ଧାର

mahabharatanews