ଓଡିଶା

୨ ବୁନ୍ଦାରେ ସୁରକ୍ଷିତ ଶୈଶବ, ପ୍ରତି ଶିଶୁଙ୍କୁ ପୋଲିଓ ବୁନ୍ଦା

ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ପୋଲିଓ ମୁକ୍ତ ଭାରତ ଏକ ଐତିହାସିକ ସଫଳତା। ସେହି ସଫଳତାକୁ ବଜାୟ ରଖିବା ଏବଂ ପ୍ରତ୍ୟେକ ଶିଶୁଙ୍କୁ ପୋଲିଓରୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଗଜପତି ଜିଲ୍ଲାରେ ଇଣ୍ଟେନ୍ସିଫାଏଡ୍ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ ହୋଇଛି। ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଜୁନ୍ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଏହି ଅଭିଯାନ ଚାଲିବ।

ଚଳିତ ବର୍ଷ ଜିଲ୍ଲାର ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୬୬ ହଜାର ୩୬୫ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆଇବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୫୭୪ଟି ବୁଥରେ ଟୀକାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ୨୦ଟି ମୋବାଇଲ୍ ଟିମ୍ ଏବଂ ୩୦ଟି ଟ୍ରାନ୍‌ଜିଟ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ପ୍ରଥମ ଦିନ ବୁଥରେ ଟୀକାକରଣ କରାଯିବା ପରେ ପରବର୍ତ୍ତୀ ଦୁଇ ଦିନ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟୀକା ବଞ୍ଚିତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ।

ଏହି କାର୍ଯ୍ୟକ୍ରମରେ CDM & PHO ଡା. ମଞ୍ଜୁ ରାଣୀ ଜେନା, DMO (MS) ଡା. ଶାନ୍ତନୁ କୁମାର ପାଢ଼ୀ, DPM ସରିତା ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ନିଜ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ନିଶ୍ଚିତ ଭାବେ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ପୋଲିଓ ମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

Related posts

ଆଜିଠୁ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଶ୍ରୀଜିଉ ଦର୍ଶନଙ୍କ ନେଇ ହଟିପାରେ ରବିବାର କଟକଣା

mahabharatanews

ବିଷାକ୍ତ ମଦ ପିଇ ୫ ଗୁରୁତର

mahabharatanews