Uncategorized

ସାଇବାବା ମନ୍ଦିରକୁ ଭିକାରିଙ୍କ ୮ ଲକ୍ଷ ଟଙ୍କା ଦାନ

(ବିଜୟୱାଡା): ବିଜୟୱାଡାର ମନ୍ଦିରଗୁଡିକ ସାମ୍ନାରେ ଭିକ ମାଗୁଥିବା ୟାଦି ରେଡ୍ଡି ନାମକ ଜଣେ ୭୩ ବର୍ଷୀୟ ଭିକାରି ସାଇ ବାବା ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରିଛନ୍ତି । ମନ୍ଦିର ଦ୍ୱାରରେ ପ୍ରତିଦିନ ଭିକ ମାଗୁଥିବା ଏହି ଭିକାରିଙ୍କ ଦାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାୟ ୭ ବର୍ଷ ମଧ୍ୟରେ ମନ୍ଦିରକୁ ୮ ଲକ୍ଷ ଟଙ୍କା ସେ ଦାନ ଦେଇଥିବା ଜଣାଯାଇଛି । ତାଙ୍କ କହିବାନୁଯାୟୀ, ସେ ପ୍ରଥମେ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ରିକ୍ସା ଚଳାଇ ନ ପାରି ଭିକ୍ଷାବୃତିକୁ ଆପଣାଇଥିଲେ । ପ୍ରାୟ ୪୦ ବର୍ଷ ଧରି ରିକ୍ସା ଚଳାଇବା ପରେ ସଞ୍ଚିଥିବା ଅର୍ଥ ଆଉ କାମରେ ଆସିବ ନାହିଁ ଭାବି ସେ ମନ୍ଦିରକୁ ଦାନ ଦେଇଥିବା କହିଛନ୍ତି । ସେ ପ୍ରଥମେ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ ଦେଇଥିଲେ । ଭିକ୍ଷାବୃତ୍ତିରୁ ଯାହା ଆୟ କରୁଥିଲେ ତାଙ୍କୁ ସଞ୍ଚି ରଖୁଥିଲେ । ପରେ ଲୋଭ ନ କରି ତାକୁ ଭଗବାନଙ୍କୁ ଅର୍ପଣ କରିଥିବା ୟାଦି କହିଛନ୍ତି । ୟାଦିଙ୍କ ଦାନ ଫଳରେ ମନ୍ଦିରର ବହୁ ଉନ୍ନତିମୂଳକ କାମ ହୋଇପାରିଛି ବୋଲି ମନ୍ଦିର ଟ୍ରଷ୍ଟ ଅଧିକାରୀ କହିଛନ୍ତି । ଏପରିକି ତାଙ୍କ ଦାନ ପାଇଁ ମନ୍ଦିର ଏକ ଗୋଶାଳା ନିର୍ମାଣ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ, ସାଇ ବାବାଙ୍କ ମନ୍ଦିରରେ ଦାନ ପାଇଁ କାହାକୁ ବାଧ୍ୟ କରାଯାଇ ନଥାଏ । ଶ୍ରଦ୍ଧାଳୁମାନେ ନିଜ ଇଚ୍ଛା ଅନୁଯାୟୀ ମନ୍ଦିରକୁ ଦାନ ଦେଇଥାନ୍ତି ।

Related posts

୭ ମହିଳାଙ୍କୁ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହସ୍ତାନ୍ତର

mahabharatanews

ଆଇସିଏସସି, ଆଇଏସସି ବୋର୍ଡ ପରୀକ୍ଷା ସ୍ଥଗିତ

mahabharatanews

ଭାରତରୁ ନିଜ ନାଗରିକଙ୍କ ଉଦ୍ଧାର କରୁଛି ବ୍ରିଟେନ

mahabharatanews