ଓଡିଶା

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଅନୁଷ୍ଠିତ

ଖୋର୍ଦ୍ଧା: ଜାତୀୟ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ଏକ ସଚେତନତା ବୈଠକ ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର ବୈଠକରେ ସଭାପତିତ୍ୱ କରି ସରକାର କୁଷ୍ଠ ରୋଗ ନିରାକରଣ ପାଇଁ ଯେଉଁ କାର୍ଯ୍ୟକ୍ରମମାନ କରୁଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ । କୁଷ୍ଠ ରୋଗିଙ୍କୁ ସହାୟତା ଓ ଥଇଥାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । କୁଷ୍ଠ ରୋଗୀମାନଙ୍କ ପାଇଁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଔଷଧ ଦିଆଯାଉଛି ଏବଂ ସେମାନଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ୪୫୭ ଜଣ କୁଷ୍ଠ ରୋଗୀଙ୍କୁ ସହାୟତା କିଟ୍ ବଂଟନ କରାଯାଇଛି । ଜିଲ୍ଲା କୁଷ୍ଠ ରୋଗ ନିରାକରଣ ଅଧିକାରୀ ଡ଼ାକ୍ତର ଇନ୍ଦିରା ରଥ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁଷ୍ଠ ରୋଗୀଙ୍କୁ ଘୃଣା କରିବା ଉଚିତ୍ ନୁହେଁ ବୋଲି କହିଥିଲେ । ଏହା ଏକ ବାୟୁ ଜନିତ ରୋଗ କୁଷ୍ଠ ରୋଗକୁ ଚିକିତ୍ସା କରି ଭଲ କରାଯାଇ ପାରିବ । କୁଷ୍ଠ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରି ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଥିଲେ । େ‘ବୃୟାରୀ ୧୪ ତାରିଖ ୨୯ ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ କରଣ ଅଭିଯାନ ହେଉଛି । ଆଶା କର୍ମୀମାନେ ଘର ଘର ବୁଲି ରୋଗୀ ଚିହ୍ନଟ କରିଥିଲେ । ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିକାଲ ଅଫିସର ଡ଼ାକ୍ତର ସୋ÷ମ୍ୟା ଦର୍ଶୀନୀ ଭୂୟାଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଜେନା ପ୍ରମୁଖ ବୈଠକରେ ଯୋଗ ଦେଇ କୁଷ୍ଠ ରୋଗ ସଚେତନତା ବିଷୟରେ କହିଥିଲେ । କୁଷ୍ଠ ରୋଗୀମାନଙ୍କୁ ସାଲ ବଂଟନ କରାଯାଇଥିଲା । ବୈଠକରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନେ କୁଷ୍ଠ୍ଠ ରୋଗୀମାନଙ୍କୁ ସାଲ୍ ବଂଟନ କରିଥିଲେ । କୁଣ୍ଠ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଚପଲ ଓ ଚିକିତ୍ସା ପାଇଁ ମେଡ଼ିକାଲ କିଟ୍ ଦିଆଯାଇଥିଲା । କୁଷ୍ଠ ରୋଗ ନିରାକରଣ ଓ ସଚେତନତା ପାଇଁ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃର୍ତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛା ସେବୀ ସଂଗଠନ ମିଶନ ଅଫ୍ ଚାରିଟି କ୍ଲବ୍, ଭୈରବୀ କ୍ଲବ୍ ଏବଂ ଓମେନ କମୁନିଟି ମ୍ୟାନେଜମେଂଟ୍ ଗ୍ରୁପ୍ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Related posts

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁୁ

mahabharatanews

ଦେଖୁ ଦେଖୁ ଜଳିଗଲା ୧୫ ଦୋକାନ 

mahabharatanews

ରାସ୍ତା ମଝିରେ ଜଳିଗଲା ଟ୍ରକ୍

mahabharatanews