Uncategorized

ଚକଟା ଅଟାକୁ ଫ୍ରିଜରେ ରଖୁଥିଲେ ଧ୍ୟାନ ଦିଅନ୍ତୁ ଏହି ତିନୋଟି ତଥ୍ୟ ଉପରେ

(ମହାଭରତ): ପ୍ରାୟ ସମୟରେ ମହିଳାମାନେ ସମୟ ବଞ୍ଚାଇବା ପାଇଁ ଅଟା ଚକଟି ଫ୍ରିଜରେ ରଖି ଦିଅନ୍ତି । ଏହାକୁ ଦୁଇ ତିନି ଦିନ ଯାଏ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି,ଆପଣଙ୍କର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଖୁବ ହାନିକାରକ ହୋଇଥାଏ । ତା’ହେଲେ ଆଜି ହିଁ ଜାଣି ନିଅନ୍ତୁ, କାହିଁକି ଅଟାକୁ ଚକଟି ଫ୍ରିଜରେ ରଖିବା ଅନୁଚିତ୍ ।
ବିଶେଷଜ୍ଞଙ୍କ ତଥ୍ୟ
ବିଶେଷଜ୍ଞଙ୍କ ଅନୁସାରେ ଅଟା ଚକଟିବାର ସଙ୍ଗେ ସଙ୍ଗେ ହିଁ ଏହାକୁ ବ୍ୟବହାର କରିବା ଆବଶ୍ୟକ ।
ଏହାକୁ ଫ୍ରିଜରେ ରଖିଲେ ଫ୍ରିଜର ହାନିକାରକ ଲାଇଟ୍ ଅଟାକୁ ଖରାପ କରିଥାଏ । ଯାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ ।
ଆୟୁର୍ବେଦିକ ତଥ୍ୟ
ଏହି ବିଷୟରେ ଆର୍ୟୁବେଦିକ ତଥ୍ୟ ମଧ୍ୟ ଦିଆଯାଇଛି । ଫ୍ରିଜରେ ବାସି ଅଟା ରଖିବା ଅର୍ଥ ବାସି ରୁଟି ଖାଇବା ସଙ୍ଗେ ସମାନ ହୋଇଥାଏ । ସଙ୍ଗେ ସଙ୍ଗେ ଅଟା ଚକଟା ହୋଇ ତିଆରି ହୋଇଥିବା ରୁଟି ଏବଂ ଫ୍ରିଜରେ ରହିଥିବା ଅଟାର ରୁଟିରେ ଅଲଗା ସ୍ୱାଦ ବୋଲି ଆପଣ ମଧ୍ୟ ଅନୁଭବ କରିଥିବେ ।
ଧାର୍ମିକ କାରଣ
ଶାସ୍ତ୍ରରେ କୁହାଯାଇଛି ଯେ, ବାସି ଖାଦ୍ୟ ଭୂତର ଖାଦ୍ୟ ସହ ସମାନ ହୋଇଥାଏ । ଯେତେବେଳେ ଘରେ ବଳି ଯାଇଥିବା ଅଟା ଆମେ ଫ୍ରିଜରେ ଆମେ ରଖିଥାଉ,ଭୂତମାନଙ୍କର ଏହା ଉପରେ ନଜର ପଡିଥାଏ । ଯେଉଁମାନଙ୍କ ଘରେ ଏହିପରି ଅଟା ଫ୍ରିଜରେ ରଖାଯାଇଥାଏ ,ସେମାନଙ୍କ ଘରେ ସବୁ ବେଳେ କିଛି ନା କିଛି ପ୍ରକାରର ରୋଗ ଲାଗି ରହିଥାଏ ।

Related posts

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

mahabharatanews

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

mahabharatanews

ଜାଣନ୍ତୁ ପ୍ରଭୁଙ୍କ ସହ ଜଡିତ ୮ଜଣଙ୍କ ବିଷୟରେ

mahabharatanews